Odisha Link
Bridging the Missing Links in Odisha

ଝଲସିବ ଅର୍କକ୍ଷେତ୍ର; ଡିସେମ୍ବର ୧ରୁ କୋଣାର୍କ ମହୋତ୍ସବ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଶୀତର ପ୍ରଭାବ। ଶୀତର ଆଗମନ ପରେ ବିଭିନ୍ନ ସ୍ଥାନରେ ବିଭିନ୍ନ ମହୋତ୍ସବ ପାଳନ କରାଯାଇଥାଏ। ତେବେ ଏହାରି ମଧ୍ୟରେ ଡିସେମ୍ବର ୧ ତାରିଖରୁ ୩୪ତମ କୋଣାର୍କ ମହୋତ୍ସବ ପାଳନ କରାଯିବ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଝଲସିବ ଅର୍କକ୍ଷେତ୍ର। ୫ ଦିନ ବ୍ୟାପୀ ଆୟୋଜିତ ହେବ ୩୪ ତମ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗା ବେଳାଭୂମିରେ ହେବାକୁ ଥିବା ତ୍ରୟୋଦଶ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। ଏଥିପାଇଁ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କ ଅଧ୍ୟକ୍ଷତାରେ କୋଣାର୍କ ଯାତ୍ରୀ ନିବାସ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପାଞ୍ଚ ଦିନ ବ୍ୟାପୀ ମୁକ୍ତାକାଶ ରଙ୍ଗ ମଞ୍ଚରେ ଓଡିଶୀ ସହ କଥକ, ଶତ୍ରିୟ, ମୋହିନୀ ଆଟମ, ଭାରତନାଟ୍ୟମ, କୁଚିପୁଡି ନୃତ୍ୟ ପରିବେଷଣ କରାଯିବ। ଏହାସହ ଚନ୍ଦ୍ରଭାଗାରେ ଆୟୋଜିତ ତ୍ରୟୋଦଶ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ୬ ଜଣ ବିଦେଶୀ ଓ ଦେଶର ୧୦ଟି ରାଜ୍ୟର ବାଲୁକା ଶିଳ୍ପୀଙ୍କ ସମେତ ୧୦୦ ଜଣ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିବେ। ୩୫ ଟି ଷ୍ଟଲରେ ସେମାନଙ୍କ ବାଲୁକା କଳା ପ୍ରଦର୍ଶିତ କରାଯିବ। ତେବେ ୩୪ତମ କୋଣାର୍କ ମହୋତ୍ସବ ପାଳନ ଅବସରକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ତା କଡାକଡି ମଧ୍ୟ କରାଯାଇଛି।

Leave A Reply

Your email address will not be published.