Odisha Link
Bridging the Missing Links in Odisha

ପୁଣି ଧାରଣାରେ ବାବା ଧବଳେଶ୍ୱରଙ୍କ ପୂଜକ; ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ

ଓଏଲ୍‌ ବ୍ୟୁରୋ: ଚାଲିଛି କାର୍ତିକ ମାସ। ଧର୍ମ ମାସର ପଂଚୁକ ଚାଲିଥିବାବେଳେ ସମସ୍ତ ଧାର୍ମିକ ପୀଠରେ ଭିଡ଼ ଜମୁଛି। ଏହାରି ମଧ୍ୟରେ ମନ୍ଦିରରେ ପୂଜା ଛାଡି ଆନ୍ଦୋଳନ କରୁଛନ୍ତି ଧବଳେଶ୍ୱର ପୂଜକ। ଦୃଶ୍ୟଟି ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ରେ। ବ୍ୟାରିକେଡ୍‌ ବ୍ୟବସ୍ଥାକୁ ବିରୋଧ କରି ଧବଳେଶ୍ୱର ପୀଠର ପୂଜକ ସଂଘ ଆନ୍ଦୋଳନ କରିଛନ୍ତି। ପୂଜକ ସମିତି ପୂଜା ନୀତି ବନ୍ଦ କରି ଧାରଣାରେ ବସିଛନ୍ତି। ଯାହାକୁ ନେଇ ଭକ୍ତଂକ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

Leave A Reply

Your email address will not be published.