Odisha Link
Bridging the Missing Links in Odisha

ଆସୁଛି ଆଉ ଏକ ଲଘୁଚାପ! ୨୯ରେ ଅବପାତରେ ପରିଣତ ହେବାର ଆଶଙ୍କା

ଓଏଲ୍‌ ବ୍ୟୁରୋ: ପୁଣି ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି। ଆସନ୍ତା ୨୬ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଥିବାବେଳେ ଲଘୁଚାପ ସୃଷ୍ଟି ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ୨୭ ତାରିଖ ବେଳକୁ ଲଘୁଚାପ ଅବପାତରେ ପରିଣତ ସମ୍ଭାବନା ରହିଛି। ୨୭ରେ ଲଘୁଚାପର ରୂପ ନେଇ ୨୯ରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଞ୍ଚଳରେ ଅବପାତର ଆଶଙ୍କା କରାଯାଉଛି। ଲଘୁଚାପ ଓ ଅବପାତ ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ଆସନ୍ତା ୨୭ରେ ଲଘୁଚାପର ରୂପ ନେଇ ୨୯ରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ତେବେ ଅବପାତ ପରବର୍ତ୍ତୀ ଅବସ୍ଥାରେ କି ରୂପ ନେବି ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Leave A Reply

Your email address will not be published.