Odisha Link
Bridging the Missing Links in Odisha

ପୁଣି ବାତ୍ୟା ଆଶଙ୍କା; ଲଘୁଚାପ ନେବ ଅବପାତର ରୂପ!

ଓଏଲ୍‌ ବ୍ୟୁରୋ: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପଶ୍ଚିମ ଉତ୍ତର ଦିଗରେ ଗତି କରି ଅବପାତ ରୂପ ନେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଘନୀଭୂତ ହୋଇ ବାତ୍ୟା ସମ୍ଭାବନା ରହିଛି। ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା। ୩ ତାରିଖ ସୁଦ୍ଧା ସୃଷ୍ଟି ହୋଇ ୪ ସକାଳେ ଉପକୂଳ ଛୁଇଁପାରେ। ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବା ସମ୍ଭାବନା ରହିଥିବା ନେଇ ବାତ୍ୟା ସଂପର୍କରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସୁଦୃଶ୍ୟ ଲଘୁଚାପଟି ୨୪ ଘଣ୍ଟା ମଧ୍ୟରେ ଅବପାତ ରୂପ ନେବ। ପରବର୍ତ୍ତୀ ସମୟରେ ୩ ତାରିଖ ଦିନ ବାତ୍ୟାରେ ରୂପାନ୍ତରଣ ସମ୍ଭାବନା ରହିଛି। ତେବେ ଓଡ଼ିଶାରେ ଏହାର ପ୍ରଭାବ କେତେ ପରିମାଣର ରହିଛି କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ ସମ୍ଭାବ୍ୟ ବାତ୍ୟା ନେଇ ଏସ୍ଆରସି ୭ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ଡିସେମ୍ବର ୧ ତାରିଖରୁ ସମୁଦ୍ରରେ ପବନ ବହିବ, ଆଶାନ୍ତ ରହିବ। ୧ ତାରିଖରୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ଯିବାକୁ ବାରଣ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ୧ ପୂର୍ବରୁ ଫେରିବାକୁ ପରାମର୍ଶ ଦିଆଯାଇଛି। ସମ୍ପୃକ୍ତ ବିଭାଗର ସଚିବଙ୍କୁ ମଧ୍ୟ ଏହା ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଚାଷୀଙ୍କୁ ସତର୍କ କରାଇବା ପାଇଁ କୃଷି ବିଭାଗକୁ ଏସ୍ଆରସିଙ୍କ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.