Odisha Link
Bridging the Missing Links in Odisha

ଏଥର କାହା ହାତକୁ ଯିବ ରାଜସ୍ଥାନ? ଏକଜିଟ୍ ପୋଲ୍‌ ତଥ୍ୟ କ’ଣ କହୁଛି ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ୨୦୨୪ ଫାଇନାଲ ଫାଇଟ୍‌ ପୂର୍ବରୁ ସେମି ଫାଇନାଲ ମୁକାବିଲାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚ।। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସମସ୍ତଙ୍କ ନଜର ୫ ରାଜ୍ୟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ଉପରେ। ଛତିଶଗଡ଼, ରାଜସ୍ଥାନ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଥିବା ବେଳେ ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍‌ ତଥ୍ୟ ଆଜି ସାମ୍ନାକୁ ଆସିଛି।

ରାଜସ୍ଥାନରେ ମୋଟ ୨୦୦ଟି ଆସନ ଥିବା ବେଳେ ୧୯୯ଟି ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି।। ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୦୦। ଯେଉଁ ଦଳ ମ୍ୟାଜିକ ନମ୍ବର ଛୁଇଁବ ସେହି ଦଳ ସରକାର ଗଠନ କରିବ। ରାଜସ୍ଥାନରେ କଂଗ୍ରେସ କ୍ଷମତାସୀନ ଥିବା ବେଳେ ଏଥର ଆଉ ସରକାର ଗଢ଼ି ପାରିବ ନାହିଁ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍‌ ମଧ୍ୟରୁ ଅଧିକାଂଶଙ୍କ ତଥ୍ୟରୁ ଜଣାପଡ଼ିଛି। ତେବେ ଆଉ କେତୋଟି ସଂସ୍ଥାର ଏକ୍‌ଜିଟ୍ ପୋଲ୍ ତଥ୍ୟକୁ ସମୀକ୍ଷା କଲେ ଏଥର ଝୁଲା ବିଧାନସଭା ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଛି।

ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ବିଜେପି ୮୦ରୁ ୧୦୦ଟି ଓ କଂଗ୍ରେସ ୮୬ରୁ ୧୦୬ଟି ଆସନ ଜିତିବ। ବିଏସ୍‌ପିକୁ ୧ରୁ ୨ ଓ ଅନ୍ୟାନ୍ୟଙ୍କୁ ୮ରୁ ୧୬ଟି ଆସନ ମିଳିବ। ସେହିପରି ପୋଲଷ୍ଟାର୍ଟର ସର୍ଭେ କହୁଛି ବିଜେପି ୧୦୦ରୁ ୧୧୦ ଆସନ ଜିତିବ। କଂଗ୍ରେସ ୯୦ରୁ ୧୦୦ଟି ଆସନ ଜିତିବ।

ସେହିପରି ଏବିପି ନ୍ୟୁଜ୍ ଓ ସି ଭୋଟରର ଏକ୍‌ଜିଟ୍ ପୋଲ୍ ତଥ୍ୟ ଅନୁଯାୟୀ, ବିଜେପି ୯୪ରୁ ୧୧୪ଟି ଆସନରେ ଜିତିବ। କଂଗ୍ରେସକୁ ୭୧ରୁ ୯୧ଟି ଆସନ ମିଳିବ। ଦୈନିକ ଭାସ୍କରର ତଥ୍ୟ କହୁଛି ବିଜେପି ସରକାର ଗଢ଼ିପାରେ। ଦଳ ୯୫ରୁ ୧୦୫ଟି ଆସନ ଜିତିବ। ଅନ୍ୟପକ୍ଷରେ କଂଗ୍ରେସ ୮୫ରୁ ୯୫ଟି ଆସନ ଜିତିବ।

ସୂଚନାଥାଉକି,୨୦୦ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭା ପାଇଁ ନଭେମ୍ବର ୨୫ ତାରିଖରେ ଭୋଟ ଗ୍ରହଣ କରାଯାଇଲା। ଡିସେମ୍ବର ୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ସୂଚନାଯୋଗ୍ୟ, ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୦୭ଟି ଆସନ ଜିତିଥିବା ବେଳେ ବିଜେପି ୭୦ଟି ଆସନ ଜିତି ଥିଲା।

Leave A Reply

Your email address will not be published.