Odisha Link
Bridging the Missing Links in Odisha

ଗୋଟିଏ ଦିନ ବଢ଼ିଲା କଟକ ବାଲିଯାତ୍ରା; ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ ହୋଇ ଆଜି ଶେଷ ହେବାର ଥିଲା। ଐତିହାସିକ ବାଲିଯାତ୍ରାର ପ୍ରଥମ ଦିନରୁ ହିଁ ଲୋକଙ୍କ ମଧ୍ୟରେ ଉତ୍ସାହ ବହୁତ ଅଧିକା ଥିବା ଜଣାପଡିଛି। ଦର୍ଶକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆଉ ଗୋଟିଏ ଦିନ ବାଲିଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଜି ଶେଷ ହୋଇଥାଆନ୍ତା ଐତିହାସିକ ବାଲିଯାତ୍ରା। ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି କାଲି ପର୍ଯ୍ୟନ୍ତ ବାଲିଯାତ୍ରାର ସମୟ ସୀମା ବୃଦ୍ଧି କରାଯାଇଛି। ଏହା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅନ୍ୟପଟେ, ଦର୍ଶକଙ୍କୁ ଆକୃଷ୍ଟ କରୁଛି ଟନେଲ ତଳେ ଥିବା ଆକ୍ବରିୟମ। ଏହା ସହ ବାଇକ୍ ଷ୍ଟଣ୍ଟ୍ ମଧ୍ୟ ଉପଭୋଗ କରୁଛନ୍ତି ଦର୍ଶକ। ଚଳିତ ବର୍ଷ ବାଲିଯାତ୍ରାରେ ୧୨୦୦ରୁ ଉର୍ଦ୍ଧ୍ବ ଷ୍ଟଲ ଖୋଲିଛି। ଐତିହାସିକ ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି।

Leave A Reply

Your email address will not be published.