Odisha Link
Bridging the Missing Links in Odisha

ନିଖିଲେଶ ମିଶ୍ରଙ୍କ ପ୍ରବନ୍ଧ ସଂକଳନ “ବାଧିଲା ଜାଣି କ୍ଷମା” ଉନ୍ମୋଚିତ

ଓଏଲ୍‌ ବ୍ୟୁରୋ: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍‌ ଇନ୍‌ ବୁକ୍ସ’ ବହି ପର୍ବରେ ସାମିଲ ହେଲା “ବାଧିଲା ଜାଣି କ୍ଷମା”। ଯୁବ କବି ଓ ପ୍ରାବନ୍ଧିକ ନିଖିଳେଶ ମିଶ୍ରଙ୍କ ପ୍ରବନ୍ଧ ସଂକଳନ “ବାଧିଲା ଜାଣି କ୍ଷମା” ୫ମ ଓଡ଼ିଶା ରାଜ୍ୟ ମହୋତ୍ସବ ‘ଅକ୍ଷର’ ପରିସରରେ ଥିବା ପେନ୍‌ ଇନ୍‌ ବୁକ୍ସ ଷ୍ଟଲରେ ଉନ୍ମୋଚିତ ହୋଇଯାଇଛି।

ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ବରିଷ୍ଠ କଥାଶିଳ୍ପୀ ଅଜୟ ସ୍ବାଇଁ କବି ଓ ଅନୁବାଦକ ତପନ କୁମାର ପଣ୍ଡା ଓ କବି ତଥା କଥାକାର ଶକ୍ତି ମହାନ୍ତି ଅତିଥି ଭାବେ ଯୋଗଦେଇଥିଲେ। ନିଖିଳେଶ ତାଙ୍କର ଲଳିତନିବନ୍ଧ ଧର୍ମୀ ଲେଖାଗୁଡ଼ିକୁ ଚିରାଚରିତ ତଥ୍ୟ ଓ ବିଶ୍ଳେଷଣର ଅତିଶୟୋକ୍ତିରୁ ମୁକ୍ତ କରି ସାବଲୀଳ ଢଙ୍ଗରେ ପରଷିଥିବାରୁ ଏ ବହିଟି ପାଠକପ୍ରିୟ ହେବ ବୋଲି ଅତିଥିମାନେ ମତ ଦେଇଥିଲେ।

ଉତ୍ସବରେ ଅଧ୍ୟକ୍ଷତା କରିଥିଲେ କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା। ପ୍ରତ୍ୟହ ପେନ୍‌ ଇନ୍‌ ବୁକ୍ସ ଷ୍ଟଲ ପରିସରରେ ଥିବା ସ୍ବତନ୍ତ୍ର ସାହିତ୍ୟ ମଞ୍ଚରେ ଏକାଧିକ ନୂଆ ପୁସ୍ତକ ଉନ୍ମୋଚନ କରାଯିବା ସହ ଲେଖକଙ୍କ ସହ ଭାବବିନିମୟ କାର୍ଯ୍ୟକ୍ରମ ଓ ସାହିତ୍ୟ ଆଲୋଚନା ଅନୁଷ୍ଠିତ ହେଉଛି।

Leave A Reply

Your email address will not be published.