Odisha Link
Bridging the Missing Links in Odisha

ସଂସଦର ଶୀତ ଅଧିବେଶନର ପ୍ରଥମ ଦିନ; ଦିନ ୧୨ଟା ପର୍ଯ୍ୟନ୍ତ ଲୋକସଭା ସ୍ଥଗିତ

ଓଏଲ୍‌ ବ୍ୟୁରୋ: ଆଜିଠୁ ସଂସଦର ଶୀତ ଅଧିବେଶନ। ଆଜିଠୁ ଆରମ୍ଭ ହୋଇ ଡିସେମ୍ବର ୨୨ ତାରିଖ ଯାଏଁ ଚାଲିବ ଶୀତ ଅଧିବେଶନ। ଏଥିରେ ମୋଟ ୧୫ଟି ସିଟିଂରେ ୧୯ଟି କାର୍ଯ୍ୟଦିବସ ରହିଛି। ଦୁଇଟି ଆର୍ଥିକ ବିଲ୍ ସହ ଅନ୍ୟାନ୍ୟ ବିଲକୁ ମିଶାଇ ୨୧ଟି ବିଲ୍ ଆଗତ ହେବାକୁ ଯାଉଛି। ସଂସଦର ପ୍ରଥମ ଦିନରେ ଦିନ ୧୨ଟା ପର୍ଯ୍ୟନ୍ତ ଲୋକସଭା ସ୍ଥଗିତ ରଖାଯାଇଛି।

ସଂସଦର ଶୀତ ଅଧିବେଶନ ପୂର୍ବରୁ ଡିସେମ୍ବର ୨ରେ ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ସାଧାରଣତଃ ନଭେମ୍ବର ମାସରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୁଏ। ଚଳିତ ଶୀତ ଅଧିବେଶନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେଉଛି। ଗତ ସେପ୍ଟେମ୍ବର ମାସରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ବସିଥିଲା। ସଂସଦର ନୂଆ କୋଠାରେ ଏହି ଅଧିବେଶନ ବସିଥିଲା। ଏହି ଅଧିବେଶନରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିଲା।

Leave A Reply

Your email address will not be published.