Odisha Link
Bridging the Missing Links in Odisha

ଆସନ୍ତାକାଲି ପ୍ରଥମାଷ୍ଟମୀ; ଶ୍ରୀମନ୍ଦିରକୁ ଗଲା ପୋଢ଼ୁଆଁ ଭାର

ଓଏଲ୍‌ ବ୍ୟୁରୋ: କାଲି ଓଡିଆ ସଂସ୍କୃତି ଓ ପରମ୍ପରାର ଏକ ପ୍ରମୁଖ ପର୍ବ ପ୍ରଥମାଷ୍ଟମୀ ବା ପୋଢୁଆଁ ଅଷ୍ଟମୀ। ଓଡିଆ ଘରର ପ୍ରଥମ ସନ୍ତାନ ମାନେ ଏହି ଦିନରେ ନୂଆବସ୍ତ୍ର ପିନ୍ଧିବାର ପରମ୍ପରା ରହିଛି। ଶ୍ରୀମନ୍ଦିରରେ ମଧ୍ୟ ପୋଢୁଆଁ ଅଷ୍ଟମ ପାଳିତ ହେବ। ବଡ଼ଭାଇ ତଥା ମହାପ୍ରଭୁ ବଳଭଦ୍ର ହେବେ ପୋଢୁଆଁ। ସେଥିପାଇଁ ଶ୍ରୀଜଗନ୍ନାଥଙ୍କ ମାମୁ ଘର ଭାବେ ପରିଚିତ ନିଆଳିସ୍ଥିତ ମାଧବାନନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁ ଆସିଛି ପୋଢ଼ୁଆଁ ଭାର। ପାଟ ବସ୍ତ୍ର, ବିରି, ନଡ଼ିଆ, ଗୁଡ଼, ଛେନା, କଦଳୀ ଆଦି ଭାର ଆସିଛି।

କିମ୍ବଦନ୍ତୀ ଅନୁସାରେ, ନିଆଳିର ମାଧବ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ମାମୁ ଘର। ବହୁପୁରାତନ କାଳରେ ପ୍ରଥମାଷ୍ଟମୀରେ ମାମୁ ଘରୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରକୁ ଜଗା ବଳିଆ ପାଇଁ ପଢୁଆଁ ଭାର ଆସୁଥିଲା। ଯାହାକି କାଳକ୍ରମେ ବନ୍ଦ ହୋଇଯାଇଥିଲା। କିନ୍ତୁ ଏବେ ମାମୁ ଘର ନିଆଳିର ମାଧବାନନ୍ଦ ଟ୍ରଷ୍ଟ, ଯାଦବ ସଂଗଠନ ଓ ଭକ୍ତଗଣଙ୍କ ନିଷ୍ପତ୍ତି ଅନୁସାରେ ପୁନର୍ବାର ଏହି ପରମ୍ପରାକୁ ଉଜ୍ଜିବୀତ କରାଯାଇଛି।

Leave A Reply

Your email address will not be published.