Odisha Link
Bridging the Missing Links in Odisha

ବାତ୍ୟା ‘ମିଗ୍‌ଜାଉଁ’ ପ୍ରଭାବ; ତାମିଲନାଡ଼ୁରେ ବେହାଲ ସ୍ଥିତି

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ମିଗ୍‌ଜାଉଁ’। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଜୋରରେ ପବନ ବହିବାର ଆଶଙ୍କା ରହିଛି। ବାତ୍ୟା ମିଚାଉଁ ପ୍ରଭାବରେ ତାମିଲନାଡ଼ୁରେ ବର୍ଷା ଜାରି ହୋଇଛି। ବାତ୍ୟା ପ୍ରଭାବରେ ଦକ୍ଷିଣ ଆନ୍ଧ୍ର ଓ ଚେନ୍ନାଇରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇ ପଡିଛି।

ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା ପ୍ରଭାବରେ ଆଜିଠୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଭାରି ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ୫ ତାରିଖରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍‌ କରିପାରେ। ଦକ୍ଷିଣପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ରେ ବାତ୍ୟା ‘ମିଗ୍‌ଜାଉଁ’ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ଅଗ୍ରସର ହେଉଛି।

ବାତ୍ୟା ‘ମିଗ୍‌ଜାଉଁ’ ଆସୁଥିବାରୁ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପାଇଁ ହାଇଆଲର୍ଟ ଜାରି କରାଯାଇଛି। ଏବେ ଠାରୁ ହିଁ ଚେନ୍ନାଇ ଠାରୁ ଆରମ୍ଭ କରି ଆନ୍ଧ୍ରର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଧୀରେଧୀରେ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.