Odisha Link
Bridging the Missing Links in Odisha

ଇସ୍ରୋକୁ ବଡ଼ ସଫଳତା; ପୃଥିବୀ କକ୍ଷକୁ ଫେରିଲା ପ୍ରୋପଲସନ ମଡ୍ୟୁଲ

ଓଏଲ୍‌ ବ୍ୟୁରୋ: ମହାକାଶ ଗବେଷଣାରେ ଇସ୍ରୋକୁ ବଡ଼ ସଫଳତା। ଚନ୍ଦ୍ରୟାନ ଥ୍ରୀରେ ବ୍ୟବହାର ହୋଇଥିବା ପ୍ରୋପଲସନ ମଡ୍ୟୁଲକୁ ପୃଥିବୀ କକ୍ଷକୁ ଫେରାଇ ଆଣିବାରେ ଇସ୍ରୋ ସଫଳ ହୋଇଛି। ଚନ୍ଦ୍ରଯାନ ଥ୍ରୀକୁ ଚନ୍ଦ୍ର କକ୍ଷରେ ପହଞ୍ଚାଇବାରେ ସଫଳ ଭୂମିକା ନେଇଥିବା ପ୍ରୋପଲସନ ମଡ୍ୟୁଲ ଲ୍ୟାଣ୍ଡର ଠାରୁ ଅଲଗା ହୋଇ ଚନ୍ଦ୍ର କକ୍ଷରେ ବୁଲୁଥିଲା। ଏହାକୁ ଫେରାଇ ଆଣିବାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ସଫଳ ହୋଇଛି।

ଚନ୍ଦ୍ରଯାନ ୩ରେ ଲ୍ୟାଣ୍ଡରକୁ ସହାୟତା କରିଥିବା ପ୍ରୋପଲସନ ମଡ୍ୟୁଲକୁ ଚନ୍ଦ୍ର କକ୍ଷରୁ ପୃଥିବୀ କକ୍ଷକୁ ଫେରାଇ ଆଣିବାରେ ସଫଳ ହୋଇଥିବାବେଳେ ଚନ୍ଦ୍ର ପୃଷ୍ଠରେ ଫ୍ରିଜ୍ ହୋଇ ନଥିବାରୁ ଆଗକୁ ପୁଣି ଲ୍ୟାଣ୍ଡର ଓ ରୋଭରକୁ ପୁନଃକ୍ଷମ କରିବାକୁ ଯୋଜନା କରାଯାଉଛି। ଗତ ଜୁଲାଇ ୧୪ରେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନଙ୍କୁ ନେଇ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ସ୍ପେଶକ୍ରାଫ୍ଟ। ଏହା ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା।

Leave A Reply

Your email address will not be published.