Odisha Link
Bridging the Missing Links in Odisha

କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା; ଫେକ୍ ସିମ୍ କାର୍ଡ ଗ୍ୟାଙ୍ଗର ପର୍ଦ୍ଦାଫାସ୍

ଓଏଲ୍‌ ବ୍ୟୁରୋ: କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା ମିଳିଛି। ଆନ୍ତଃରାଜ୍ୟ ଫେକ୍ ସିମ୍ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ଗ୍ୟାଙ୍ଗର ପର୍ଦ୍ଦାଫାସ୍ ହୋଇଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ ମାଷ୍ଟରମାଇଣ୍ଡକୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଗିରଫ କରି ମାଷ୍ଟରମାଇଣ୍ଡକୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ଆଣୁଛି। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ,ବିହାରରେ ସକ୍ରିୟ ଥିଲା ରାକେଟ୍‌।

ଲୋକଙ୍କ ଡକ୍ୟୁମେଣ୍ଟ ନେଇ ବ୍ୟାଙ୍କ ଆକାଉଣ୍ଟ ଖୋଲି ଠକୁଥିଲେ। ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅପରାଧିକ ଟଙ୍କା କାରବାର କରୁଥିଲେ। ତେବେ ଏନେଇ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ବଡ ପଦକ୍ଷେପ ଗ୍ରହଣ କରିଛି।

Leave A Reply

Your email address will not be published.