ଚିକିତ୍ସା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ; ପ୍ରତି ବ୍ଲକରେ ଖୋଲିବ ଲାବୋରେଟୋରୀ

ଓଏଲ୍ ବ୍ୟୁରୋ: ଚିକିତ୍ସା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ। ଲୋକଙ୍କ ସୁବିଧା ପାଇଁ ପ୍ରତି ଜିଲ୍ଲାରେ ଖୋଲିବ ଇଣ୍ଟିଗ୍ରେଟେଡ୍ ହେଲ୍ଥ ଲାବୋରେଟୋରୀ। ଏହା ସହ ପ୍ରତି ବ୍ଲକରେ ପବ୍ଲିକ ଲାବୋରେଟୋରୀ ଖୋଲିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଗୋଟିଏ ସ୍ଥାନରେ ସବୁ ପ୍ରକାର ପରୀକ୍ଷା ସୁବିଧା ପାଇବେ ରୋଗୀ। ଡିଜିଟାଲ ମାଧ୍ୟମରେ ମଧ୍ୟ ପରୀକ୍ଷା ରିପୋର୍ଟ ପାଇପାରିବେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାବୋରେଟୋରୀ ପ୍ରତିଷ୍ଠା ହେବ। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।