Odisha Link
Bridging the Missing Links in Odisha

ଭଦ୍ରକରେ ୧୪୪ ଧାରା; କାଲି ଯାଏଁ ରହିବ ବଳବତ୍ତର

ଓଏଲ୍‌ ବ୍ୟୁରୋ: ଭଦ୍ରକ ମଦିନା ମୈଇଦାନ ଓ ଏହାର ୨୦୦ ମିଟର ପରିଧି ଭିତରେ ୧୪୪ ଧାରା ଲାଗୁ କରାଯାଇଛି। ଶୁକ୍ରବାର ପୂର୍ବାହ୍ନ ୧୧ଟାରୁ ଶନିବାର ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। ୧୪୪ ଧାରା ଜାରିକଲେ ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର। ପ୍ରତିବାଦ ସଭାକୁ ଆଇନ ଶୃଙ୍ଖଳା ବିପର୍ଯୟ ହେବା ସମ୍ଭାବନାକୁ ନେଇ କଟକଣା ହୋଇଛି।

ସୂଚନା ଅନୁସାରେ, ଭଦ୍ରକ ସହର ପୁରୁଣା ବଜାର ଥାନା ଅଧିନ ମଦିନା ମୈଦାନ ସମ୍ମୁଖରେ ସବିର ଖାଁ ନାମକ ଜଣେ ବ୍ୟକ୍ତି ଏକ ପ୍ରତିବାଦ ସଭା କରିବାକୁ ଆବେଦନ କରିଥିଲେ। ତେବେ ଏହି ପ୍ରତିବାଦ ସଭା ହେଲେ ସମ୍ପୃକ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ହୋଇ ଶାନ୍ତି ଭଙ୍ଗ ହେବା ସହ ହତ୍ୟା, ଦଙ୍ଗା ଓ ସାଧାରଣ ଜନତାଙ୍କ ଧନ, ଜୀବନ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ଥିବା ନେଇ ଭଦ୍ରକ ମୁସଲିମ ଜମାତର କାର୍ଯ୍ୟକର୍ତ୍ତା ଓ ସଭ୍ୟ ମାନଙ୍କ ଅଭିଯୋଗ ଭିତ୍ତିରେ ଭଦ୍ରକ ସବ ଡିଭିଜନାଲ ମାଜିଷ୍ଟ୍ରେଟ ତଥା ଉପ-ଜିଲ୍ଲାପାଳ ମନୋଜ ପାତ୍ର ଏହି ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.