Odisha Link
Bridging the Missing Links in Odisha

ଓଡ଼ିଶାରେ ହେବ ବ୍ୟାଟେରୀ ଫଏଲ ପ୍ଲାଣ୍ଟ; ପୁଞ୍ଜି ନିବେଶ କରିବ ହିଣ୍ଡାଲକୋ

ଓଏଲ୍‌ ବ୍ୟୁରୋ: ଉନ୍ନତି ପଥରେ ଓଡ଼ିଶା। ନିବେଶକଙ୍କ ପ୍ରଥମ ପସନ୍ଦ ସାଜିଛି ଓଡ଼ିଶା। ଓଡ଼ିଶାରେ ହେବ ବ୍ୟାଟେରୀ ଫଏଲ ପ୍ଲାଣ୍ଟ। ଏଥିରେ ପୁଞ୍ଜି ନିବେଶ କରିବ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍। ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ୮୩୪କୋଟି ଟଙ୍କା ବ୍ୟୟରେ ସମ୍ବଲପୁରର ରେଙ୍ଗାଲିଠାରେ ଆଲୁମିନିୟମ ବ୍ୟାଟେରୀ ଫଏଲ ନିର୍ମାଣ କରିବ। ଏଥିରେ ୧୦୩୮ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିପାରିବ।

ଅକ୍ଟୋବର ୩୧ ତାରିଖରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଏହି ପ୍ରକଳ୍ପ ସମେତ ମୋଟ ୨୭୯୪.୪୭କୋଟି ଟଙ୍କାର ୧୨ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା। ଏହାଦ୍ୱାରା ୪୭୧୫ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିପାରିବ। ତେବେ ଖୁବଶୀଘ୍ର ଏହି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ରହିଛି।

Leave A Reply

Your email address will not be published.