Odisha Link
Bridging the Missing Links in Odisha

ପୁରୀ କୁକୁର କାମୁଡ଼ାରେ ଶିଶୁ ମୃତ୍ୟୁ ଘଟଣା; ମୃତ ଶିଶୁ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ୭ ବର୍ଷ ପରେ ମିଳିଲା କ୍ଷତିପୂରଣ। ପୁରୀର କୁକୁର କାମୁଡ଼ାରେ ଶିଶୁ ମୃତ୍ୟୁ ଘଟଣାରେ କ୍ଷତିପୂରଣ ଦେବ ପୁରୀ ପୌରପରିଷଦ। ବୁଲା କୁକୁର କାମୁଡ଼ାରେ ମୃତ ଶିଶୁ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଥାଉକି, ୨୦୧୬ରେ ପୁରୀ ଜଗନ୍ନାଥ କଲୋନୀରେ ୪ ବର୍ଷ ଶିଶୁର କୁକୁର କାମୁଡ଼ାରେ ମୃତ୍ୟୁ ହୋଇଥିଲା। ଏହାପରେ ହାଇକୋର୍ଟରେ ଏନେଇ ମାମଲା ହୋଇଥିଲା। ପୁରୀ ପୌରପରିଷଦ ହାଇକୋର୍ଟରେ କୁକୁର ବନ୍ଧ୍ୟାକରଣ ପାଇଁ କଣ ବ୍ୟବସ୍ଥା କରାଯାଇଛି ସେ ନେଇ ସତ୍ୟପାଠ ଦେଇଥିଲେ।କୁକୁର ବନ୍ଧ୍ୟାକରଣ ପାଇଁ କଣ ବ୍ୟବସ୍ଥା କରାଯାଇଛି, ସେନେଇ ସତ୍ୟପାଠରେ ଦର୍ଶାଯାଇଥିଲା। ଏହାସହ ବୁଲା କୁକୁର କାମୁଡାରେ କାହାରି ମୃତ୍ୟୁ ହେଲେ କ୍ଷତିପୂରଣ ଦେବା ପାଇଁ ମ୍ୟୁନିସିପାଲଟି ଆକ୍ଟରେ କୌଣସି ବ୍ୟବସ୍ଥା ନଥିବା ସତ୍ୟପାଠରେ ଦର୍ଶାଇଥିଲା ପୁରୀ ପୌରପରିଷଦ। ଏହି ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରି ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି।

ମୃତ ଶିଶୁର ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପୌର ପରିଷଦକୁ ନିର୍ଦେଶ ଦେଇଛନ୍ତି। ବିଭୁତି ମହାନ୍ତି ନାମକ ବ୍ୟକ୍ତି ଆବେଦନ କରିଥିବା ବେଳେ ଆଇନ୍ଜୀବୀ ରାଜକିଶୋର ସ୍ୱାଇଁ ଏହି ମାମଲାର ପରିଚାଳନା କରୁଥିଲେ।

Leave A Reply

Your email address will not be published.