Odisha Link
Bridging the Missing Links in Odisha

ସଂସଦ ସୁରକ୍ଷାରେ ତ୍ରୁଟି; ସାଂସଦଙ୍କ ଟେବୁଲ ଉପରେ ଦୌଡ଼ିଲେ ୨ ଅଜ୍ଞାତ

ଓଏଲ୍‌ ବ୍ୟୁରୋ: ଚାଲିଛି ସଂସଦର ଶୀତକାଳୀନ ଅଧିବେଶନ। ଆଉ ଏହି ସମୟରେ ସୁରକ୍ଷାବଳୟ ଭାଙ୍ଗି ସଂସଦରେ ପଶିଲେ ୨ ଅଜ୍ଞାତ ବ୍ୟକ୍ତି। ଲୋକସଭା ଗ୍ୟାଲେରୀରୁ ଚାମ୍ବରକୁ ଡେଇଁଲେ ଦୁଇ ବ୍ୟକ୍ତି। ସଂସଦ ଆକ୍ରମଣର ୨୨ ତମ ବାର୍ଷିକୀରେ ଘଟିଛି ଅଘଟଣ। ଏହି ଘଟଣା ପରେ ଲୋକସଭାକୁ ମୁଲତବୀ ଘୋଷଣା କରାଯାଇଛି। ନିରାପତ୍ତା ଉଲ୍ଲଂଘନ ହେବା ପରେ ଗୃହରେ ହୋହଲ୍ଲା ସୃଷ୍ଟି ହୋଇଛି।

ଡେଇଁଥିବା ବ୍ୟକ୍ତି ହଳଦିଆ ଗ୍ୟାସ ପ୍ରୟୋଗ କରିଥିବା ସୂଚନା ମିଳିଛି। ଡେଇଁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣକ ନାମ ସାଗର ବୋଲି ସୂଚନା ମିଳିଛି। ଏହି କାଣ୍ଡ ଘଟାଉଥିବାବେଳେ ସେମାନେ କିଛି ସ୍ଲୋଗାନ ଦେଉଥିବା ଜଣାଯାଇଛି। ତେବେ ସୁରକ୍ଷା ତ୍ରୁଟିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

Leave A Reply

Your email address will not be published.