କଂସ ମହାରାଜଙ୍କ ବଡ଼ ନିଷ୍ପତି: କୋଶଳୀ ଭାଷାରେ ହେବନି ଧନୁଯାତ୍ରା
ଓଏଲ୍ ବ୍ୟୁରୋ: ସ୍ଥାନୀୟ ଅଂଚଳର ଲୋକକଳା ପାଇଁ କୋଶଳୀ ଭାଷାରେ ଧନୁଯାତ୍ରା ପାଇଁ ଦାବି ହୋଇଥିଲା। ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। ଏହି ପ୍ରସଙ୍ଗକୁ ନେଇ କାର୍ଯ୍ୟକାରୀ କମିଟିର ପ୍ରସ୍ତୁତି ବୈଠକ ହୋଇଥିଲା। ଯେଉଁଥିରେ କୋଶଳୀ ଭାଷାରେ ଧନୁଯାତ୍ରା ନ କରିବା ପାଇଁ କଂସ ମହାରାଜ ମନା କରିଛନ୍ତି। ସମ୍ବଲପୁରୀ ଭାଷାରେ ଧନୁଯାତ୍ରା କରିବା ସମ୍ଭବପର ନୁହେଁ। ସେଥିପାଇଁ ଯେମିତି ଯାତ୍ରା ଚାଲୁଥିଲା ସେମିତି ଯାତ୍ରା ଚାଲିବ ବୋଲି କହିଛନ୍ତି କଂସ ମହାରାଜ। ଜିଲ୍ଲାପାଳ, ଯାତ୍ରା କମିଟି ଓ କଳାକାରଙ୍କ ସହିତ ଏ ବିଷୟରେ ଆଲୋଚନା କରିବା ପରେ ଏଭଳି ନିଷ୍ପତି ନିଆଯାଇଛି।
ସୂଚନା ଅନୁସାରେ, ଜାନୁଆରୀ ୧୫ରୁ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା। ବରଗଡ଼ରେ ୭୬ତମ ଧନୁଯାତ୍ରାକୁ ନେଇ ବରଗଡ଼ବାସୀ ବେଶ ଆନନ୍ଦ। ଧନୁଯାତ୍ରା ପାଇଁ ବରଗଡ଼ରେ ପୂର୍ବ ପ୍ରସ୍ତୁତି ବୈଠକ କରାଯାଇଛି। ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପ୍ରସିଦ୍ଧି ପାଇଛି ବରଗଡ଼ର ଧନୁଯାତ୍ରା ମହୋତ୍ସବ। ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଶୋଭାଯାତ୍ରା ଆୟୋଜିତ କରାଯାଏ।ସେହିପରି ବହୁଦିନ ଧରି ଧନୁଯାତ୍ରାକୁ ସମ୍ବଲପୁରୀ ଭାଷାରେ କରାଯାଉ ବୋଲି କୌଶଳ ସେନା ପକ୍ଷରୁ ଦାବି କରି ଆସୁଥିବା ବେଳେ ଏହି ବୈଠକରେ ତାର ପୂର୍ଣ୍ଣଚ୍ଛେଦ ପଡ଼ିଛି।