Odisha Link
Bridging the Missing Links in Odisha

ଚିନ୍ତାରେ ରାଉରକେଲା ବାସିନ୍ଦା; ହଇଜାରେ ମୃତ୍ୟୁ ସଂଖ୍ୟା ୧୦ ପାର୍

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୧୦ ସହର ରହିଛି। ଏହାରି ମଧ୍ୟରେ ରାଉରକେଲାରେ ସ୍ଵାସ୍ତ୍ୟବସ୍ଥା ଏବେ ଚିନ୍ତାର ବିଷୟ ପାଲଟିଛି। ଝାଡ଼ାବାନ୍ତିରେ ମୃତ୍ୟୁ ସଂଖ୍ୟା ୧୦ ଟପିଥିବା ସୂଚନା ରହିଛି। ତେବେ ମୃତ୍ୟୁ ପଛର କାରଣ କଣ ହୋଇଥାଇପାରେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ପାଣି ନମୁନାରୁ ମିଳିଲା ଭିବ୍ରିଓ କଲେରା ଜୀବାଣୁ। ୪୯ଟି ସାମ୍ପୁଲରୁ ୧୮ଟିରେ କଲେରା ଜୀବାଣୁ ମିଳିଥିବା ସୂଚନା ରହିଛି।

ଅନ୍ୟପଟେ, ଝାଡ଼ାବାନ୍ତି ଜନିତ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଡାକ୍ତରଖାନାରେ ଶତାଧିକ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ପାଖାପାଖି ୧୦୦୦ ଛୁଇଁଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ମୋଟ ୧୪ଟି ୱାର୍ଡରୁ ଲୋକେ ସଂକ୍ରମିତ ହୋଇଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ସ୍ପଷ୍ଟ ସୂଚନା ଦେଇଛନ୍ତି।

Leave A Reply

Your email address will not be published.