Odisha Link
Bridging the Missing Links in Odisha

ବିଶିଷ୍ଟ କବି ଆଶୁତୋଷ ପରିଡ଼ା ପାଇବେ ସାହିତ୍ୟ ଏକାଡେମୀ ପୁରସ୍କାର

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ କବି ଆଶୁତୋଷ ପରିଡ଼ା ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଛନ୍ତି। କବିତା ସଂକଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ପାଇବେ ପୁରସ୍କାର। ଏ ନେଇ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। କବିତାରେ ସାମାଜିକ ନ୍ୟାୟ ପାଇଁ ପ୍ରତିବଦ୍ଧତା, ସଵୁ ପ୍ରକାରର ଶୋଷଣ ବିରୁଦ୍ଧରେ ବିଦ୍ରୋହର ସ୍ବର ଓ ଭାଷା ଏବଂ ସାମ୍ୟବାଦୀ ସ୍ବପ୍ନାଦେଶ ଓଡିଆ କାବ୍ୟ ଜଗତରେ ତାଙ୍କୁ ଅନନ୍ୟ ପରିଚୟ ଦେଇଛି। ପୀଡିତ ଆତ୍ମାର ଭାଷ୍ୟକାର କଵି ଆଶୁତୋଷ ଆମ ପାଇଁ ଚିର ସ୍ମରଣୀୟ ହୋଇ ରହିବେ।

Leave A Reply

Your email address will not be published.