Odisha Link
Bridging the Missing Links in Odisha

ପାରାଦୀପ ବନ୍ଦରର ରେକର୍ଡ; ୧୦୦ ନିୟୁତ ଟନ୍ ଟପିଲା ପଣ୍ୟକାରବାର

ଓଏଲ୍‌ ବ୍ୟୁରୋ: ପାରାଦୀପ ବନ୍ଦରର ପଣ୍ୟକାରବାର ରେକର୍ଡ ବୃଦ୍ଧି। ଚଳିତବର୍ଷ ପାରାଦୀପ ବନ୍ଦରର ପଣ୍ୟ କାରବାର ରେକର୍ଡ ବୃଦ୍ଧି ହୋଇଛି। ଚଳିତ ଆର୍ଥିକ ବର୍ଷ ସରିବାର ଯଥେଷ୍ଟ ପୂର୍ବରୁ ୧୦୦ ନିୟୁତ ଟନ୍‌ ଟପିଲା। କ୍ରମାଗତ ୭ମ ଥର ପାଇଁ ୧୦୦ ନିୟୁତ ଟନ୍ ଟପିଲା ପଣ୍ୟକାରବାର।

କ୍ରମାଗତ ଭାବେ ସାତ ବର୍ଷ ଧରି ପାରାଦୀପ ବନ୍ଦର ପଣ୍ୟ କାରବାର ୧୦୦ ଏମ୍‍.ଏମ୍‍.ଟିରୁ ଉର୍ଦ୍ଧ ପଣ୍ୟ କାରବାର କରିବା ରେ ସଫଳତା ହାସଲ କରିଛି। ପ୍ରଥମ ଥର ପାଇଁ ୨୦୧୭-୧୮ ଆର୍ଥିକ ବର୍ଷ ରେ ୧୦୨.୦୧ ଏମ୍‍.ଏମ୍‍.ଟି. ପଣ୍ୟ କାରବାର କରି ୧୦୦ ଏମ୍‍.ଏମ୍‍.ଟି. ଅତିକ୍ରମ କରିବା ପରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧୦୯.୨୭ ଏମ୍‍.ଏମ୍‍.ଟି., ୨୦୧୯-୨୦ ଆର୍ଥିକ ବର୍ଷ ରେ ୧୧୨.୬୯ ଏମ୍‍.ଏମ୍‍.ଟି. ପଣ୍ୟ କାରବାର କରି ସମଗ୍ର ଦେଶରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲା।

ସମଗ୍ର ଦେଶରେ କୋଇଲା ପରିବହନରେ ଅନ୍ୟ ବନ୍ଦରମାନଙ୍କୁ ପଛରେ ପକେଇ ଦେଇଛି ପାରାଦୀପ ବନ୍ଦର। ୨୦୨୦-୨୧ ଆର୍ଥିକ ବର୍ଷରେ କରୋନା କଟକଣା ସତ୍ତେ ପାରାଦୀପ ବନ୍ଦର୧୧୪.୫୫ ଏମ୍‍.ଏମ୍‍.ଟି. ପଣ୍ୟ କାରବାର କରି ସମଗ୍ର ଦେଶରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲା। ତେବେ ଆର୍ଥିକ ବର୍ଷ ୨୦୨୨-୨୩ରେ ମଧ୍ୟ କ୍ରମାଗତ ୭ମ ଥର ପାଇଁ ୧୦୦ ନିୟୁତ ଟନ୍ ଅଧିକ ପଣ୍ୟକାରବାର କରାଯାଇଛି।

Leave A Reply

Your email address will not be published.