Odisha Link
Bridging the Missing Links in Odisha

ସଂସଦର ସୁରକ୍ଷା ଭଙ୍ଗ ପ୍ରସଙ୍ଗ: ପୂର୍ବତନ ପୁଲିସ କର୍ମଚାରୀଙ୍କ ପୁଅ ଅଟକ

ଓଏଲ୍‌ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ଆଉ ଏହି ସମୟରେ ସୁରକ୍ଷାବଳୟ ଭାଙ୍ଗି ସଂସଦରେ ପଶିଥିଲେ ଅଜ୍ଞାତ ବ୍ୟକ୍ତି। ଏହି ଘଟଣାକୁ ନେଇ ଲୋକସଭାରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଗୃହ ମଧ୍ୟରେ ନାରାବାଜି ହୋଇଥିଲା। ସଂସଦରେ ସୁରକ୍ଷା ତ୍ରୁଟି ମାମଲାରେ ୨ ସନ୍ଦିଗ୍ଧ ଅଟକ ରହିଥିଲେ। ତେବେ ଏହା ମଧ୍ୟରେ ଏହି ଘଟଣାରେ ପୁଣି ଦୁଇଜଣ ଅଭିଯୁକ୍ତଙ୍କ ନାମ ସାମ୍ନାକୁ ଆସିଛି।

ସବୁଠାରୁ ବଡ଼ କଥା ହେଉଛି, ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବତନ ଡିଏସପିଙ୍କ ପୁଅ ରହିଥିବା ଜଣାପଡ଼ିଛି। କର୍ଣ୍ଣାଟକର ପୂର୍ବତନ ଡିଏସପିଙ୍କ ପୁଅ ସାଇ କୃଷ୍ଣ ଓ ତାଙ୍କର ବନ୍ଧୁ ମନୋରଞ୍ଜନ ଡି’ ଏହି ମାମଲା ସହ ଜଡ଼ିତ ଥିବା ଜଣାପଡ଼ିଛି। ସାଇ ଓ ମନୋରଞ୍ଜନ ଦୁହେଁ ବେଙ୍ଗାଲୁରୁରେ ଇଞ୍ଜିନିୟରିଂ କ୍ଲାସମେଟ ଥିଲେ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ କର୍ଣ୍ଣାଟକର ବାଗଲକୋଟ ସହରରେ ରହୁଥିବା ସଫ୍ଟୱେର ଇଞ୍ଜିନିୟର ସାଇଙ୍କୁ ପଚରାଉଚରା କରିଛି।

Leave A Reply

Your email address will not be published.