Odisha Link
Bridging the Missing Links in Odisha

ବଡ଼ଦିନରେ ଆକର୍ଷଣୀୟ ବାଲୁକା କଳା; ବିଶ୍ଵ ରେକର୍ଡ କଲା ସୁଦର୍ଶନଙ୍କ କଳାକୃତି

ଓଏଲ୍ ବ୍ୟୁରୋ: ପୁଣି ରେକର୍ଡ଼ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବଡ଼ଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ଦେଖିବାକୁ ମିଳିଛି। ଏଥର କିନ୍ତୁ ଖାଲି ବିଶାଳ ବାଲୁକା କଳା ନୁହେଁ, ବରଂ ବାଲି ଓ ପିଆଜରେ ନିର୍ମିତ ବିଶ୍ୱର ସର୍ବବୃହତ ସାଣ୍ଟାକ୍ଲଜ୍ ତିଆରି କରି ସେ ରେକର୍ଡ କରିଛନ୍ତି।

ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ୨ ଟନ୍ ପିଆଜରେ ତିଆରି ଏହି ୧୦୦ ଫୁଟର ସାଣ୍ଟାକ୍ଲଜ୍ ବାଲୁକା କଳାକୃତି ୱାର୍ଲଡ୍ ରେକର୍ଡସ୍ ବୁକ୍ ଅଫ୍ ଇଣ୍ଡିଆରେ ସ୍ଥାନ ପାଇଛି।

ଏହାର ଓସାର ୪୦ ଫୁଟ୍ ଏବଂ ଉଚ୍ଚତା ୨୦ ଫୁଟ୍ ରହିଛି। ସୁଦର୍ଶନଙ୍କ ନେତୃତ୍ୱରେ ୩୨ ଜଣ ଛାତ୍ରଛାତ୍ରୀଙ୍କ ଦ୍ବାରା ବ୍ଲୁ ଫ୍ଲାଗ୍ ବିଚରେ ନିର୍ମିତ ଏହି ବାଲୁକା କଳାକୃତି ତିଆରି କରିବାକୁ ୮ ଘଣ୍ଟା ଲାଗିଥିଲା । ସେଥିରେ ମେରି ଖ୍ରୀଷ୍ଟମାସ ବୋଲି ଲେଖାଯିବା ସହ, ଗଛ ଉପହାର ଦେବା ପାଇଁ ସଚେତନତା ମୂଳକ ବାର୍ତ୍ତା ଦିଆଯାଇଛି। ତେବେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ସାଣ୍ଟାକ୍ଲଜ୍‌କୁ ମିଳିଲା ୱାଲ୍ଡ ବୁକ୍ ରେକର୍ଡ ଅଫ୍ ଇଣ୍ଡିଆ।