Odisha Link
Bridging the Missing Links in Odisha

ବିଏସ୍ଏଫ୍ ସୈନ୍ୟଙ୍କୁ ସଫଳତା: ଚଳିତବର୍ଷ ଜବତ ହୋଇଛି ୧୦୦ଟି ପାକ୍ ଡ୍ରୋନ୍

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ଭାରତ ଆକାଶରେ ଅନେକ ଥର ଦେଖିବାକୁ ମିଳିଥିଲା ପାକସ୍ତାନୀ ଡ୍ରୋନ୍। ଅନେକ ଥର ପାକିସ୍ତାନୀ ଡ୍ରୋନ୍ ଭାରତୀୟ ଆକାଶ ସୀମାକୁ ଉଲ୍ଲଂଘନ କରିଥିଲା। ବିଏସ୍ଏଫ୍ ସୈନ୍ୟମାନେ ଏହି ପାକିସ୍ତାନୀ ଡ୍ରୋନକୁ ଅଟକାଇ ଥିଲେ। ପରେ ସର୍ଚ୍ଚ ଅପରେସନ ଜାରି କରିଥିଲେ। ଏଥିସହ ପଞ୍ଜାବର ଏକ ଗ୍ରାମରେ ବିଏସଏଫ ଦ୍ୱାରା କରାଯାଇଥିବା ସର୍ଚ୍ଚ ଅପରେସନ ସମୟରେ ଏହା ଉଦ୍ଧାର କରାଯାଇଥିବା ନଜିର ରହିଛି। ତେବେ ଚଳିତ ବର୍ଷ ପଞ୍ଜାବ ବିଏସ୍ଏଫ୍ ସୈନ୍ୟ ୧୦୦ଟି ପାକ୍ ଡ୍ରୋନ୍ ଜବତ କରିବାରେ ସଫଳ ହୋଇଛନ୍ତି। ଏନେଇ ବିଏସ୍ଏଫ୍ ପକ୍ଷରୁ ସୂଚନା ଜାରି ହୋଇଛି।

ଖବର ଅନୁସାରେ, ଗତ ଫେବୃଆରୀ ମାସରେ ଭାରତ ଆକାଶରେ ଦେଖିବାକୁ ମିଳିଥିଲା ପାକସ୍ତାନୀ ଡ୍ରୋନ୍। ଭାରତ ଆକାଶରେ ଉଡୁଥିବା ପାକସ୍ତାନୀ ଡ୍ରୋନକୁ ବିଏସଏଫ ଯବାନ ଗୁଳି କରି ଖସାଇଥିଲେ। ତେବେ ଏହି ପାକସ୍ତାନୀ ଡ୍ରୋନ୍ ପଞ୍ଜାବର ଅମ୍ରିତସରରେ ଏହି ଦେଖିବାକୁ ମିଳିଥିବା ଜଣା ପଡିଥିଲା। ବାରମ୍ବାର ଭାରତ ସୀମା ଭିତରେ ପାକସ୍ତାନୀ ଡ୍ରୋନ ଉଡ଼ୁଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି।

Leave A Reply

Your email address will not be published.