Odisha Link
Bridging the Missing Links in Odisha

ଦେଶରେ ଉପରମୁହାଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା; କର୍ଣ୍ଣାଟକରେ ସ୍ଥିତି ଅସମ୍ଭାଳ!

ଓଏଲ୍ ବ୍ୟୁରୋ: ଦେଶରେ ଉପରମୁହାଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର୍‌ ହୋଇଛି। କର୍ଣ୍ଣାଟକରେ ୩ ଜୀବନ ଚାଲିଯାଇଛି। କରୋନାର ନୂଆ ଭାରିଆଣ୍ଟ JN.1 ଭାରତରେ ଦ୍ରୁତ ସଂକ୍ରମଣ କରୁଛି। ଏସବୁ ମଧ୍ୟରେ ଦୀର୍ଘ ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କରୋନାର ନୂଆ ଭାରିଆଣ୍ଟ ଜେଏନ୍‌ ୧ସଂସ୍ପର୍ଶରେ ଆସି ସେ ଆକ୍ରାନ୍ତ ହୋଇଛନ୍ତି। ଏହି ପଜିଟିଭ୍‌ ମାମଲାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ରାଜ୍ୟରେ ନୂଆ କୋଭିଡ୍‌ ପଜିଟିଭ୍‌ ମାମଲା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟରେ ଜେଏନ୍‌ ୧ ଭାରିଆଣ୍ଟ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋଭିଡର ନୂଆ ଭାରିଆଣ୍ଟ JN.1କୁ ନେଇ ମନ୍ତବ୍ୟ ରଖିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି, ଏହି ଭାରିଆଣ୍ଟ ଏକ ସ୍ବତନ୍ତ୍ର ଭାରିଆଣ୍ଟ। ଇଂରାଜୀରେ କୁହାଯାଇଛି ‘ଷ୍ଟାଣ୍ଡ ଆଲୋନ୍‌ ଭାରିଆଣ୍ଟ’। ଅର୍ଥାତ ଏହି ଭାରିଆଣ୍ଟ ଅନ୍ୟ ଭାରିଆଣ୍ଟଠାରୁ ଅଲଗା। ଏହାର ଦ୍ରୁତ ସଂକ୍ରମଣ କ୍ଷମତା ପାଇଁ ଏହାକୁ ସ୍ବତନ୍ତ୍ର କ୍ୟାଟେଗୋରିରେ ରଖାଯାଇଛି। ହୁ କହିଛି, ଏହି ଭାରିଆଣ୍ଟ ବହୁତ ବଡ଼ ବିପଦ ସୃଷ୍ଟି କରିପାରିବ ନାହିଁ। ଶୀତଦିନରେ ଏହା ଦ୍ରୁତ ସଂକ୍ରମଣ ଘଟାଇପାରେ।

Leave A Reply

Your email address will not be published.