Odisha Link
Bridging the Missing Links in Odisha

ଜାନୁଆରି ୬ରେ ଇସ୍ରୋକୁ ମିଳିବ ବଡ଼ ସଫଳତା! ଲକ୍ଷ୍ୟସ୍ଥଳରେ ପହଞ୍ଚିବ ଆଦିତ୍ୟ ଏଲ-୧

ଓଏଲ୍ ବ୍ୟୁରୋ: ମିଶନ ଆଦିତ୍ୟ ଏଲ୍-୧କୁ ନେଇ ଇସ୍ରୋକୁ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ସଫଳ ଚନ୍ଦ୍ରଯାତ୍ରା ପରେ ସୂର୍ଯ୍ୟ ଅଭିଯାନ ଆରମ୍ଭ କରିଛି ଭାରତ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ କହିଛନ୍ତି ଯେ, ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ ଏଲ୍-୧’ ଜାନୁଆରି ୬ ତାରିଖରେ ଗନ୍ତବ୍ୟସ୍ଥଳ ଲାଗ୍ରାଙ୍ଗିଆନ୍ ପଏଣ୍ଟ୍ (ଏଲ୍-୧)ରେ ପହଞ୍ଚିବାକୁ ଯାଉଛି। ଏହା ପୃଥିବୀଠାରୁ ୧.୫ ନିୟୁତ (୧.୫ ନିୟୁତ) କିଲୋମିଟର ଦୂରରେ ଅବସ୍ଥିତ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ କହିଛନ୍ତି “ଯେତେବେଳେ ଏହା ଏଲ୍ ୧ ପଏଣ୍ଟରେ ପହଞ୍ଚିବ, ଆମକୁ ଇଞ୍ଜିନକୁ ପୁନଃଆରମ୍ଭ କରିବାକୁ ପଡିବ ଯାହା ଦ୍ୱାରା ଏହା ଆଗକୁ ବଢିବ ନାହିଁ। ଏହା ସେହି ସ୍ଥାନକୁ ଯିବ ଏବଂ ଏହା ପହଞ୍ଚିବା ପରେ ସୂର୍ଯ୍ୟକୁ ପରିକ୍ରମା କରିବ।“

ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୨ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (ପିଏସ୍ଏଲଭି-ସି୫୭)ରୁ ଆଦିତ୍ୟ ଏଲ୍-୧ କୁ ଉତକ୍ଷେପଣ କରାଯାଇଥିଲା। ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନର ସଫଳ ଅବତରଣ ପରେ ଏହି ମିଶନକୁ ବି ଏକ ବଡ଼ ସଫଳତା ଭାବେ ଦେଖାଯାଉଛି। ଆଦିତ୍ୟ-ଏଲ-୧ ମିଶନ ୨ୟ ଆର୍ଥ ବାଉଣ୍ଡ ମ୍ୟାନୁଏଭର ସଫଳ ହୋଇଥିଲା। ତେବେ ମହାକାଶରେ ରହି ଆଦିତ୍ୟ ଏଲ୍-୧ ସୂର୍ଯ୍ୟ ଉପରେ ତଥ୍ୟ ଯୋଗାଇବ।

Leave A Reply

Your email address will not be published.