ଭିଜିଲାନ୍ସ ପଞ୍ଝାରେ ଇଡ୍କୋ ସିଜିଏମ୍; ୭ଟି ଜାଗାରେ ଚାଲିଛି ଛାନଭିନ୍

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବଡ଼ ଧରଣର ରେଡ୍ ଚାଲିଛି। ଇଡ୍କୋ ସିଜିଏମ୍ ସରୋଜକାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। ରେଡ୍ରେ ୧୦ ଜଣ ଡିଏସ୍ପି, ୬ ଜଣ ଇନ୍ସପେକ୍ଟରଙ୍କ ସହ ଟିମ୍ ସାମିଲ ରହିଛନ୍ତି। ସରୋଜଙ୍କ ଶୈଳଶ୍ରୀବିହାର ଘର ସହ ମୋଟ ୭ଟି ଜାଗାରେ ରେଡ୍ ଜାରି ରହିଛି।