Odisha Link
Bridging the Missing Links in Odisha

ଜାନୁଆରୀରେ ଲୋକାର୍ପଣ ହେବ ମାଲକାନଗିରି ବିମାନବନ୍ଦର; ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ମାଲକାନଗିରି ବାସିନ୍ଦାଙ୍କ ପାଇଁ ଗମନାଗମନ ବ୍ୟବସ୍ତା ହେବ ଆହୁରି ସହଜ। ଜାନୁଆରୀରେ ଉଦ୍ଘାଟିତ ହେବାକୁ ଯାଉଛି ମାଲକାନଗିରି ବିମାନବନ୍ଦର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ। ମାଲକାନଗିରି ସହର ଉପକଣ୍ଠରେ ଥିବା ବିମାନ ବନ୍ଦର ନିର୍ମାଣ କାମ ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି। ଡିସେମ୍ବର ଶେଷ ସୁଦ୍ଧା ରନୱେର ଟ୍ରାଏଲ ରନ ସାରିବା ଲାଗି ଲକ୍ଷ ରଖାଯାଇଛି। ତେଣୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ ସାରିବାକୁ ଠିକାଦର, ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ଦିନ ରାତି ଏକ କରି ଦେଇଛନ୍ତି।

ମାଲକାନଗିରି ବିମାନ ବନ୍ଦର ରନୱେର ଲମ୍ବ ୧୬ ଶହ ୨୦ ମିଟର ହୋଇଥିବା ବେଳେ ଏହାର ଓସାର ୩୦ ମିଟର ଥିବା ଜଣାପଡିଛି। ଅବଶ୍ୟକ ସ୍ଥଳେ ଏହାକୁ ୩ ହଜାର ମିଟର ବା ୩ କିଲୋମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇ ପାରିବ। ଏନେଇ ଟ୍ୱିଟ୍ କରି କ୍ରୀଡା ସଚିବ ତଥା ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା ସୂଚନା ଦେଇଛନ୍ତି।

Leave A Reply

Your email address will not be published.