Odisha Link
Bridging the Missing Links in Odisha

ସୁରକ୍ଷାବାହିନୀଙ୍କୁ ସଫଳତା; ପୁଲଓ୍ଵାମାରୁ ୩ ସନ୍ଦିଗ୍ଧ ଗିରଫ

ଓଏଲ୍‌ ବ୍ୟୁରୋ: ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ଜମ୍ମୁ-କଶ୍ମୀରରେ ପୁଞ୍ଚ ଆତଙ୍କବାଦୀ ଆକ୍ରମଣ ପରେ ପୁଲଓ୍ଵାମାରେ ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ସହ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ବର୍ତ୍ତମାନ ପୁଲିସ ଓ ସେନା ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଛନ୍ତି। ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସ ପକ୍ଷରୁ ପୁଲୱାମାର ପାଞ୍ଜୁ ଓ ଗାମିରାଜରେ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସର୍ଚ୍ଚ ଅପରେସନ ବେଳେ ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିଲା। ଏଥିସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସାମଗ୍ରୀ ଜବତ କରାଯାଇଛି। ଜମ୍ମୁ-କଶ୍ମୀର ପୁଲିସ ସହ ମିଳିତ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.