Odisha Link
Bridging the Missing Links in Odisha

ଅପେକ୍ଷାର ହେବ ଅନ୍ତ; ଜାନୁଆରୀରେ ପ୍ରତିଷ୍ଠା ଭବ୍ୟ ଶ୍ରୀରାମ ମନ୍ଦିର

ଓଏଲ୍‌ ବ୍ୟୁରୋ: ଭବ୍ୟ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ତାରିଖ ଘୋଷଣା କରାଯାଇଛି। ୨୦୨୪ ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହେବ ଉତ୍ତରପ୍ରଦେଶରେ ନିର୍ମିତ ହେଉଥିବା ଭବ୍ୟ ଶ୍ରୀରାମ ମନ୍ଦିର। ଆଉ ମାତ୍ର ଅଳ୍ପ ଦିନର ଅପେକ୍ଷା, ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲା। ଏବେଠୁ ଅଯୋଧ୍ୟାକୁ ରାମଭକ୍ତଙ୍କ ସୁଅ ଛୁଟିଲାଣି।

ଏହାରି ଭିତରେ ଶିଳ୍ପୀମାନେ ମଧ୍ୟ ନିର୍ମାଣ କାମ ବେଶ ଧୁମ୍ ଧାମରେ କରୁଛନ୍ତି। ରାମଜନ୍ମଭୂମିରେ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଆସିବେ ଭକ୍ତ। ଭକ୍ତଙ୍କ ରହିବା, ଖାଇବାର ସୁବିଧା ପାଇଁ ଆରମ୍ଭ ହୋଇଗଲାଣି ଟେଣ୍ଟ୍ ବ୍ୟବସ୍ଥା। ଏକାଥରରେ ୧୫ ରୁ ୨୦ ହଜାର ଭକ୍ତ ୩ଟି ସ୍ଥାନରେ ରହିବାର ସୁବିଧା ପାଇବା ପାଇଁ ବ୍ୟବସ୍ତା କରାଯାଉଛି।

Leave A Reply

Your email address will not be published.