ଫେବ୍ରୁଆରୀ ୧୬ରୁ +୨ ପରୀକ୍ଷା; ଆଜିଠୁ ମିଳିବ ଆଡମିଟ୍ କାର୍ଡ
ଓଏଲ୍ ବ୍ୟୁରୋ: ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହା ସହ ଜାନୁଆରୀ ୨ରେ ପ୍ରାକ୍ଟିକାଲ ପରିକ୍ଷା ଆରମ୍ଭ ହେବ। +୨ ପରୀକ୍ଷା ପାଇଁ ଆଜିଠୁ ମିଳିବ ଆଡମିଟ୍ କାର୍ଡ। ସାମ୍ସ ଇ-ସ୍ସେସ ପୋର୍ଟାଲରୁ ଡାଉନଲୋଡ୍ କରିପାରିବେ।
ଅନ୍ୟପଟେ, ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୪ରେ ଶେଷ ହେବ। ମାଟ୍ରିକ ପରୀକ୍ଷା ସୂଚୀ ନେଇ ବୁଧବାର ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ମିଳିଛି। ୨୦ ତାରିଖରେ ଓଡ଼ିଆ, ୨୩ରେ ଇଂରାଜୀ, ୨୬ରେ ଗଣିତ, ୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୨ରେ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ ରହିଛି। ୨୯୯୧ କେନ୍ଦ୍ରରେ ୫ଲକ୍ଷ ୫୧ ହଜାର ୬୧୧ ପିଲା ପରୀକ୍ଷା ଦେବେ। ମାର୍ଚ୍ଚ ୧୫ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ସଭାପତିଙ୍କ ପକ୍ଷରୁ ସୂଚନା ମିଳିଛି।