Odisha Link
Bridging the Missing Links in Odisha

ରାଉରକେଲାରେ ଥମୁନି ହଇଜା: ଷ୍ଟିଲ୍ ସିଟିରେ କେନ୍ଦ୍ରୀୟ ଟିମ୍‌

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୩ ସହର ରହିଛି। ଏହାରି ମଧ୍ୟରେ ରାଉରକେଲାରେ ସ୍ଵାସ୍ତ୍ୟବସ୍ଥା ଏବେ ଚିନ୍ତାର ବିଷୟ ପାଲଟିଛି। ଝାଡ଼ାବାନ୍ତିରେ ମୃତ୍ୟୁ ସଂଖ୍ୟା ୫ ଟପିଥିବା ସୂଚନା ରହିଛି। ଷ୍ଟିଲ୍ ସିଟି ରାଉରକେଲାରେ ହଇଜା ବ୍ୟାପିବା ଘଟଣା ପରେ ସ୍ଥିତି ଅନୁଧ୍ୟାନ ପାଇଁ ରାଉରକେଲାରେ କେନ୍ଦ୍ରୀୟ ଟିମ୍‌ ପହଞ୍ଚିଲେ। ୫ ଜଣିଆ ଟିମ୍‌ରୁ ପ୍ରଥମ ଦଫାରେ ୨ ଜଣ ପହଞ୍ଚିଛନ୍ତି। କେନ୍ଦ୍ରୀୟ ଟିମ୍ ସଦସ୍ୟଙ୍କ ଆଜିଏଚରେ ଆଲୋଚନା ଆରମ୍ଭ ହୋଇଛି।

ଅନ୍ୟପଟେ, ବେସରକାରୀ ତଥ୍ୟ ଅନୁସାରେ ଝାଡ଼ାବାନ୍ତି ଜନିତ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ଡାକ୍ତରଖାନାରେ ଶତାଧିକ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ପାଖାପାଖି ୧୦୦୦ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ମୋଟ ୧୪ଟି ୱାର୍ଡରୁ ଲୋକେ ସଂକ୍ରମିତ ହୋଇଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ସ୍ପଷ୍ଟ ସୂଚନା ଦେଇଛନ୍ତି।

Leave A Reply

Your email address will not be published.