Odisha Link
Bridging the Missing Links in Odisha

ଅପରାଧ ରୋକିବାକୁ ନୂଆ ପ୍ରୟାସ: ବର୍ଷ ଆରମ୍ଭରୁ କମିଶନରେଟ ପୁଲିସର ମାଷ୍ଟରପ୍ଲାନ୍

ଓଏଲ୍‌ ବ୍ୟୁରୋ: ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ଏଭଳି ଠକେଇରୁ ସାଇବର ଅପରାଧ ରୋକିବାକୁ କମିଶନରେଟ ପୁଲିସ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛି। ଅପରାଧ ରୋକିବାକୁ ପୁଲିସ ସହ ପବ୍ଲିକ ଭଲେଣ୍ଟିଅର୍ କାମ କରିବେ।

ବିଭିନ୍ନ ସଫ୍ଟୱେୟାର କମ୍ପାନୀର ୨୫ ସାଇବର ଏକ୍ସପର୍ଟ ଯୋଡ଼ି ହୋଇଛନ୍ତି। ନିର୍ବାଚନ ବେଳେ ସୋସିଆଲ ମିଡିଆରେ ଭ୍ରମ ବିରୋଧରେ କାମ କରିବେ। ଡାର୍କ ୱେବ, ଡିପ୍ ଫେକ୍ ଭିଡିଓ ବିରୋଧରେ ମଧ୍ୟ ଟିମ୍ କାମ କରିବ। ଏହା ସହ ତଦନ୍ତ ପାଇଁ ଗୋଟିଏ ଟିମ୍ ପୁଲିସକୁ ମଧ୍ୟ ଟ୍ରେନିଂ ଦେବ। ଷ୍ଟ୍ରିଟ କ୍ରାଇମ୍ ଓ ଅନ୍ତ ରାଜ୍ୟ ଲୁଟେରାଙ୍କୁ ଧରିବାକୁ ପ୍ଲାନ ପ୍ରସ୍ତୁତ ହୋଇଥିବା ଡିସିପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.