Odisha Link
Bridging the Missing Links in Odisha

ଭୂମିକମ୍ପ ପରେ ସୁନାମୀ; ଅନ୍ଧାରରେ ୩୦ ହଜାର ପରିବାର, ଜାରି ହେଲା ହେଲ୍ପ ଲାଇନ୍‌ ନମ୍ବର

ଓଏଲ୍‌ ବ୍ୟୁରୋ: ନୂଆବର୍ଷ ଆରମ୍ଭରୁ ଜାପାନରେ ବଡ଼ ଧରଣର ଭୂମିକମ୍ପ। ବାରମ୍ବାର ଭୁମିକମ୍ପ ହେବା ପରେ ଜାପାନାରେ ବର୍ତ୍ତମାନ ସୁନାମୀ ଆସିଛି। ଇଶିକାୱାରେ ସମୁଦ୍ରରେ ୫ ଫୁଟ ଉଚ୍ଚର ସୁନାମୀ ଲହଡ଼ି ମାଡ଼ ହୋଇଛି। ଏହାକୁ ନେଇ ଲୋକେ ଭୟଭିତ ହୋଇପଡିଛନ୍ତି। ଏଥିସହିତ ହଜାର ହଜାର ଲୋକେ ପ୍ରଭାବତି ହୋଇଛନ୍ତି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସୁନାମୀ ପରେ ଜାପାନ ଉପକୂଳରୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସେପଟେ ଭୂମିକମ୍ପ ଯୋଗୁ ୩୩ ହଜାର ଲୋକେ ଏବେ ଅନ୍ଧାରରେ ଅଛନ୍ତି। ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି। ଭୂମିକମ୍ପ ପରେ ଜାପାନର ଇସିକାଓ୍ୱାର ଓ୍ୱାଜିମା ଓ କାନାଓ୍ୱାଜା ସହର, ଟୋୟୋମା ଆଦିରେ ସୁନାମିର ପ୍ରଥମ ଲହର ପହଞ୍ଚିଛି। ଇସିକାଓ୍ୱାରେ ୧.୨ ମିଟରର ସୁନାମି ଆସିଛି। ଏହା ୫ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ସତର୍କତା ଜାରି କରାଯାଇଛି। ସେହିପରି ଟୟୋମାରେ ୮୦ ସେଣ୍ଟିମିଟରର ସୁନାମୀ ଲହର ଆସିଛି।

ଅନ୍ୟପଟେ ସୁନାମୀ ପରେ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଭାରତୀୟ ଦୂତାବାସ ଦ୍ୱାରା ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଯୋଗାଯୋଗ ପାଇଁ ଭାରତୀୟ ଦୂତାବାସ ଏକ ଇ-ମେଲ ଠିକଣା ମଧ୍ୟ ଜାରି କରିଛି। ୟାକୁବ ଟପ୍ନୋ, ଅଜୟ ସେଠୀ ଏବଂ ଡି.ଏନ ବର୍ନୱାଲଙ୍କ ବ୍ୟତୀତ ଏସ୍‌ ଭଟ୍ଟାଚାର୍ଯ୍ୟ ଏବଂ ବିବେକ ରାଠିଙ୍କ ନମ୍ବର ଜାରି କରାଯାଇଛି।

Leave A Reply

Your email address will not be published.