Odisha Link
Bridging the Missing Links in Odisha

ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି; ଶୁଭାରମ୍ଭ ହେଲା ମେଟ୍ରୋ ରେଳ ପ୍ରକଳ୍ପ

ଓଏଲ୍‌ ବ୍ୟୁରୋ: ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ଆରମ୍ଭ ହୋଇଛି ୨୦୨୪ ବର୍ଷ। ଭାରତ ସମେତ ସାରା ବିଶ୍ବ ସ୍ବାଗତ କରିଛି ନୂଆବର୍ଷକୁ। ନୂଆ ଉଦ୍ଦୀପନାରେ ୨୦୨୪ର ଆଗମନକୁ ଉତ୍ସବ ଭଳି ଧୁମ୍‌ଧାମରେ ପାଳନ କରାଯାଇଛି। ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି। ବିଜୁ ପଟ୍ଟନାୟକ ଅନ୍ତଜାର୍ତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବାରଙ୍ଗ ରତାଗଡ ଲେଙ୍କା ସାହିରେ ଏହି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି। ମେଟ୍ରୋ ପ୍ରକଳ୍ପର ଶୁଭାରମ୍ଭ ପୂର୍ବରୁ ବିଜୁ ପଟ୍ଟାନୟକ ବିମାନ ବନ୍ଦରରୁ ରୋଡ ଶୋରେ ବାହାରି ରତାଗଡ ଲେଙ୍କାସାହିରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ। ରୋଡ ସୋ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ୧୨ଟି ସ୍ଥାନରେ ଜୋରଦାର ସ୍ୱାଗତ କରାଯାଇଥିଲା।

ପ୍ରଥମେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆକୁ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ ଗଡିବା ନେଇ ଯୋଜନା କରାଯାଇଛି। ଏହି ମେଟ୍ରୋ ପ୍ରକଳ୍ପରେ ପାଖାପାଖି ୬୨୫୫ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟମରେ ଏହି ମେଟ୍ରୋ ପ୍ରକଳ୍ପ କରାଯାଉଛି। ୨୬ କିଲୋମିଟରର ଏହି ମେଟ୍ରୋ ରେଳ ପଥ ପାଇଁ ୨୦ଟି ଷ୍ଟେସନ ରହିବ।

ଅନ୍ୟପଟେ, ନୂଆବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଂରାଜୀ ନବବର୍ଷ ୨୦୨୪ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ବୋଲି ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟ ମାଧ୍ୟମରେ ଉଲ୍ଲେଖ କରିଛନ୍ତି।

ଏହା ସହ ଭୁବନେଶ୍ବର ବିମାନବନ୍ଦର ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରେଳ ପ୍ରକଳ୍ପର ଶିଳାନ୍ୟାସ ପୂର୍ବରୁ ମାଲ୍ୟାର୍ପଣ କାର୍ଯ୍ୟକ୍ରମ କରାଯାଇଛି। ବିମାନବନ୍ଦର ଛକ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ। ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ରୋଡ ଶୋ’ରେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କୁ ସାଧାରଣ ଲୋକ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.