Odisha Link
Bridging the Missing Links in Odisha

ଇତିହାସ ରଚିଲା ଇସ୍ରୋ; ‘ଏକ୍ସପୋସାଟ୍’ର ସଫଳ ଉତକ୍ଷେପଣ

ଓଏଲ୍‌ ବ୍ୟୁରୋ: ନୂଆ ବର୍ଷରେ ଇସ୍ରୋର ନୂଆ ଇତିହାସ। ପିଏସଏଲଭି- ସି୫୮ ଜରିଆରେ ‘ଏକ୍ସପୋସାଟ୍ ’ର ସଫଳ ଉତକ୍ଷେପଣ। ଚନ୍ଦ୍ରାୟନ, ଗଗନାୟନ ପରେ ଇସ୍ରୋର ନୂଆ ମିସନ ସଫଳ ହୋଇଛି। ଆଜି ଲଞ୍ଚ ହୋଇଛି ଦେଶର ପ୍ରଥମ ଏକ୍ସରେ ପୋଲାରିମିଟର ଉପଗ୍ରହ XPoSat।

ସକାଳ ୯ଟା ୧୦ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାବନ ମହକାଶ ପ୍ରତିଷ୍ଠାନର ଫାଷ୍ଟ ଲଞ୍ଚ ପ୍ୟାଡରୁ ଲଞ୍ଚ ହୋଇଛି। ଉତକ୍ଷେପଣ ପୂର୍ବରୁ ଅବଗଣନା ଆରମ୍ଭ ହୋଇଥିଲା। ଲଞ୍ଚ ପୂର୍ବରୁ ଇସ୍ରୋ ଅଧ୍ୟକ୍ଷ ସୋମନାଥ ତିରୁପତି ସ୍ଥିତ ଚେଙ୍ଗାଲାମ୍ମା ମନ୍ଦିର ଯାଇ ପ୍ରାର୍ଥନା କରିଥିଲେ। ପିଏସଏଲଭି- ସି୫୮ରୁ XPoSat ପୋଲାର ସାଟେଲାଇଟ ଲଞ୍ଚ ହୋଇଛି।

Leave A Reply

Your email address will not be published.