Odisha Link
Bridging the Missing Links in Odisha

ପୁଣି ମୁହଁ ଖୋଲିଲେ ସୌମ୍ୟ ପଟ୍ଟନାୟକ; ଏଥର ତୁଣ୍ଡରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଓଏଲ୍‌ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ପୁଣି ମୁହଁ ଖୋଲିଲେ ଚର୍ଚ୍ଚିତ ବିଧାୟକ ସୌମ୍ୟ ପଟ୍ଟନାୟକ। ଖୋର୍ଦ୍ଧାରେ ଜାନକୀ ଜୟନ୍ତୀ ଅବସରରେ ସୌମ୍ୟ ପଟ୍ଟନାୟକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଓଡ଼ିଆ ଅସ୍ମିତା, ପରିକ୍ରମା ପ୍ରକଳ୍ପ, ନିଜ ଭବିଷ୍ୟତ ନେଇ ମନ୍ତବ୍ୟ ଦେଲେ। ବିକାଶ ନାଁରେ ରାସ୍ତାଘାଟ, କୋଠାବାଡ଼ି କରିଦେଲେ ବିକାଶ ନୁହେଁ ବରଂ ବାହ୍ୟ ବିକାଶ ତୁଳନାରେ ଓଡ଼ିଆଙ୍କ ଅସ୍ମିତା ବିକାଶର ଅଭାବ ରହିଛି। ଓଡ଼ିଆ ଅସ୍ମିତାର ପ୍ରମାଣ ଓଡ଼ିଆ ଯୁବକଙ୍କ ପାଖରେ ମୁଁ ଦେଖୁନି ବୋଲି ସୌମ୍ୟ ପଟ୍ଟନାୟକ କହିଛନ୍ତି।

ଏହା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୌମ୍ୟ ପଟ୍ଟନାୟକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ୨୦୧୫ରୁ ଜଗନ୍ନାଥ ମନ୍ଦିର ଯାଇନି। ବ୍ରହ୍ମବିଭ୍ରାଟ ପରେ ଜଗନ୍ନାଥ ଅସଲି କି ନକଲି ସନ୍ଦେହ ସୃଷ୍ଟି କଲେ ସାମ୍ବାଦିକ। ଜଗନ୍ନାଥ ଅସଲି କି ନକଲି ଯଦି ଜାଣିନୁ, ଯେଉଁଠୁ ଡାକିଲେ ବି ଶୁଣିବେ। ଭକ୍ତ ସାଲବେଗ, ଦାସିଆବାଉରୀ ଭଳି ଯେଉଁଠି ଡାକିଲେ ବି ଶୁଣିବେ ବୋଲି ସୌମ୍ୟ ପଟ୍ଟନାୟକ କହିଛନ୍ତି।

ଏହା ସହ ଆଉ ନିର୍ବାଚନ ଲଢ଼ିବେନି ବୋଲି କହିଲେ ସୌମ୍ୟ ପଟ୍ଟନାୟକ। ନିର୍ବାଚନ ଲଢ଼ିବି କି ନାହିଁ ନିଷ୍ପତ୍ତି ନେଇନି, ପ୍ରାୟ ଲଢ଼ିବି ନାହିଁ। ମୋର ଦଳ ନାହିଁ କି ଖବରକାଗଜ ନାହିଁ, ମୋର କିଛି ନାହିଁ। ସଂପାଦକ ପଦ କାହିଁକି ଛାଡ଼ିଲେ ପ୍ରଶ୍ନରେ ସୌମ୍ୟଙ୍କ ପ୍ରତିକ୍ରିୟା। ଯେଉଁ ସାମ୍ବାଦିକଙ୍କୁ ଗଢ଼ିଥିଲି, ତାଙ୍କ ଗୁଣ ଦେଖି ଛାଡ଼ିଲି। ମିଛ କଥା ନେଇ ଏତଲା କରିବେ, ତାକୁ କିଏ ବରଦାସ୍ତ କରିବ ବୋଲି ସୌମ୍ୟ ପଟ୍ଟନାୟକ କହିଛନ୍ତି।

Leave A Reply

Your email address will not be published.