Odisha Link
Bridging the Missing Links in Odisha

ଟି-୨୦ ବିଶ୍ବକପ୍‌: ଜୁନ୍‌ ୯ରେ ଭାରତ-ପାକିସ୍ତାନ ମହାମୁକାବିଲା, ଆଇସିସି ଜାରି କଲା ଖେଳସୂଚୀ

ଓଏଲ୍‌ ବ୍ୟୁରୋ: ୨୦୨୪ ଟି-ବିଶ୍ବକପ୍‌ ପାଇଁ ବାଜିଲା ବିଗୁଲ। ଜୁନ୍‌ ମାସରେ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ୨୦୨୪ ପାଇଁ ଖେଳସୂଚୀ ଜାରି କରିଛି। ଟି-୨୦ ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ମୁକାବିଲା ଜୁନ୍‌ ୯ ତାରିଖରେ ଖେଳାଯିବ। ଓ୍ବେଷ୍ଟଇଣ୍ଡିଜ ଓ ୟୁଏସରେ ଖେଳାଯିବାକୁ ଥିବା ଫଟାଫଟ ମହାକୁମ୍ଭରେ ୨୦ଟି ଦଳ ଭାଗ ନେଉଛନ୍ତି। ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ଗ୍ରୁପ-ଏ ରେ ସ୍ଥାନ ପାଇଛନ୍ତି ଭାରତ, ପାକିସ୍ତାନ, ଆୟରଲ୍ୟାଣ୍ଡ, ଆମେରିକା ଓ କାନାଡା।

ଟି-୨୦ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ ଆମେରିକା ଓ କାନାଡ଼ା ମଧ୍ୟରେ ଖେଳାଯିବ। ସେହିପରି ଦ୍ବିତୀୟ ଦିନରେ ଓ୍ବେଷ୍ଟଇଣ୍ଡିଜ ପାପୁଆ ନ୍ୟୁ ଗିନି ବିପକ୍ଷରେ ଖେଳାଯିବ। ଟି-୨୦ ବିଶ୍ବକପ୍‌ ଜୁନ୍‌ ୧ରୁ ଜୁନ୍‌ ୨୯ ମଧ୍ୟରେ ଖେଳାଯିବ। ଫାଇନାଲ ମୁକାବିଲା ଜୁନ ୨୯ରେ ବାରବାଡୋସରେ ଖେଳାଯିବ। ଭାରତର ସମସ୍ତ ଗ୍ରୁପ୍‌ ମ୍ୟାଚ୍‌ ୟୁଏସଏରେ ଖେଳାଯିବ। ଭାରତ ବିଶ୍ବକପ୍‌ ଅଭିଯାନ ଜୁନ୍‌ ୫ ତାରିଖରେ ଆରମ୍ଭ କରିବ। ଆୟରଲ୍ୟାଣ୍ଡ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ। ବିଶ୍ବକପ୍‌ର ଗ୍ରୁପ୍‌ ଷ୍ଟେଜ ଜୁନ୍‌ ୧-୧୮ ପର୍ଯ୍ୟନ୍ତ ଖେଳାଯିବ। ସେହିପରି ସୁପର ୮ ମୁକାବିଲା ଜୁନ୍‌ ୧୯ରୁ ୨୪ ପର୍ଯ୍ୟନ୍ତ ଖେଳାଯିବ। ତାପରେ ସେମିଫାଇନାଲ ୨୬ ଓ ୨୭ ତାରିଖରେ ଖେଳାଯିବ। ୨୯ ତାରିଖରେ ବିଶ୍ବକପ୍‌ ମହାକୁମ୍ଭ ଫାଇନାଲ ଖେଳାଯିବ।

ଭାରତ କେବେ କାହା ସହିତ ଖେଳିବ ଜାଣନ୍ତୁ:
ଜୁନ୍‌ ୫: ଭାରତ ବନାମ ଆୟରଲ୍ୟାଣ୍ଡ
ଜୁନ୍‌ ୯: ଭାରତ ବନାମ ପାକିସ୍ତାନ
ଜୁନ୍‌ ୧୨: ଭାରତ ବନାମ ଆମେରିକା
ଜୁନ୍‌ ୧୫: ଭାରତ ବନାମ କାନାଡା

 

କେଉଁ ଗ୍ରୁପରେ କେଉଁ ଦଳ ଅଛି ଜାଣନ୍ତୁ:

ଗ୍ରୁପ ଏ: ଭାରତ, ପାକିସ୍ତାନ, ଆମେରିକା, କାନାଡା ଓ ଆୟର୍ଲ୍ୟାଣ୍ଡ

ଗ୍ରୁପ ବି: ଇଂଲଣ୍ତ, ଅଷ୍ଟ୍ରେଲିଆ, ନାମ୍ବିଆ, ସ୍କଟଲ୍ୟାଣ୍ଡ ଓ ଓମାନ

ଗ୍ରୁପ ସି: ୱେଷ୍ଟଇଣ୍ଡିଜ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ, ଉଗାଣ୍ଡା ଓ ପାପୁଆ ନ୍ୟୁ ଗିନି

ଗ୍ରୁପ ଡି: ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଶ୍ରୀଲଙ୍କା, ନେଦରଲ୍ୟାଣ୍ଡ୍ସ ଓ ନେପାଳ

Leave A Reply

Your email address will not be published.