Odisha Link
Bridging the Missing Links in Odisha

ରାଜ୍ୟରେ ପରିବହନ ଶ୍ରମିକ ମହାସଂଘର ଧର୍ମଘଟ; ପୁଣି ତେଲ ସଙ୍କଟ ଆଶଙ୍କା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ଧର୍ମଘଟ ଆରମ୍ଭ ହୋଇଛି। ଡିପୋରେ ଧର୍ମଘଟ ପାଇଁ ଆସି ପାରୁନି ତେଲ ଗାଡ଼ି। ଅଧିକାଂଶ ତେଲ ଟାଙ୍କିରେ ମିଳୁନି ଡିଜେଲ। ତେଲ ମିଳୁନଥିବାରୁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି। ହିଟ୍ ଆଣ୍ଡ ରନ୍ ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ଓହ୍ଲାଇଚି। ହିଟ୍ ଆଣ୍ଡ ରନ୍ ମାମଲାରେ କେନ୍ଦ୍ର ସରକାର ଆଣିଥିବା ନୂଆ ଦଣ୍ଡ ବ୍ୟବସ୍ଥାକୁ ବିରୋଧ କରି ଆନ୍ଦୋଳନ ଡାକରା ଦିଆଯାଇଛି।

ଅନ୍ୟପଟେ, ସ୍ଥଗିତ ରହିଲା ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ସ୍ବାଭାବିକ ହେଲା ଯାନବାହାନ ଚଳାଚଳ। ଏଥିସହିତ ଦୂର ହେଲା ଯାତ୍ରୀଙ୍କ ଯନ୍ତ୍ରଣା। କେନ୍ଦ୍ର ସରକାରଙ୍କ ‘ହିଟ୍‌ ଏଣ୍ଡ ରନ୍’ ଆଇନ ଓ ରାଜ୍ୟ ସରକାରଙ୍କ ପ୍ରତାରଣା ବିରୋଧରେ ୩ଦିନ ଧରି ଚାଲିଥିବା ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ସ୍ଥଗିତ ରଖିବା ଲାଗି ସଂଘ ଘୋଷଣା କରିବା ପରେ ସ୍ବାଭାବିକ ହୋଇଛି ଗାଡ଼ି ଚଳାଚଳ।

Leave A Reply

Your email address will not be published.