Odisha Link
Bridging the Missing Links in Odisha

ତାମିଲନାଡୁରେ କମୁନି ବର୍ଷା; ସ୍କୁଲ ଓ କଲେଜ ଛୁଟି ଘୋଷଣା

ଓଏଲ୍‌ ବ୍ୟୁରୋ: ତାମିଲନାଡୁରେ କମୁନି ବର୍ଷାର ବିତ୍ପାତ। ଲଗାଣ ବର୍ଷାରେ ବେହାଲ ତାମିଲନାଡୁ। ତାମିଲନାଡୁରେ ପୁଣି ବର୍ଷାର ତାଣ୍ଡବ। ରାଜ୍ୟର ଅନେକ ଜିଲ୍ଲାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି। ନାଗାପାଟ୍ଟିନମ୍, କିଲଭେଲୁର ତାଲୁକ, ଭିଲୁପୁରମ ଏବଂ କୁଡାଲୋର ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଏହି ସବୁ ଅଞ୍ଚଳରେ ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି।

ସୂଚନା ଥାଉକି, ଲଗାଣ ବର୍ଷାରେ ବେହାଲ ତାମିଲନାଡୁ। ଗତକାଲି ଭୀଷଣ ବର୍ଷାରେ ଜଳମଗ୍ନ ହୋଇ ପଡିଛି ତାମିଲନାଡୁର ଏକାଧିକ ଜିଲ୍ଲା। ମୁଖ୍ୟତଃ ରାଜଧାନୀ ଚେନ୍ନାଇରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷାରୁ ରାସ୍ତାଘାଟ ଗହଳି ରହିବା ସାଙ୍ଗକୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Leave A Reply

Your email address will not be published.