Odisha Link
Bridging the Missing Links in Odisha

ପୁଣିଥରେ କ୍ଷମତାରେ ଶେଖ୍ ହାସିନା; ପଞ୍ଚମଥର ପାଇଁ ହେଲେ ବାଂଲାଦେଶର ପ୍ରଧାନମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ପୁଣିଥରେ କ୍ଷମତାରେ ଶେଖ୍ ହାସିନା। ପଞ୍ଚମ ଥର ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଶେଖ୍ ହାସିନା। ବିରୋଧୀଙ୍କ ବଏକଟ୍ ସତ୍ୱେ ୫୦ ପ୍ରତିଶତରୁ ଅଧିକ ଆସନରେ ବିଜୟୀ ହୋଇଛନ୍ତି। ୩୦୦ରୁ ୨୦୦ ଆସନରେ ଆୱାମୀ ଲିଗର ବାଜିମାତ୍ ହୋଇଛନ୍ତି। ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ ସହ ହସିନା ପଞ୍ଚମ ଥର ପାଇଁ ସରକାର ଗଠନ କରିବା ରାସ୍ତା ସଫା ହୋଇଯାଇଛି।

ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି)ର ବହିଷ୍କାର ଭିତରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ରବିବାର ଗୋପାଳଗଞ୍ଜ-୩ ନିର୍ବାଚନ ମଣ୍ଡଳୀରୁ ହସିନା ପୁନର୍ବାର ସଂସଦକୁ ନିର୍ବାଚିତ ହୋଇଛନ୍ତି। ବିଜୟ ପରେ ଭାରତକୁ ଭୁରି ଭୁରି ପ୍ରସଂଶା କରିଛନ୍ତି ହାସିନା। କହିଛନ୍ତି, ଭାରତ ହେଉଛି ଭରସାଯୋଗ୍ୟ ବନ୍ଧୁ। ଭାରତ ଭଳି ବନ୍ଧୁ ପାଇ ବାଂଲାଦେଶ ଭାଗ୍ୟବାନ୍। ୨୦୦୯ ମସିହାରୁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ ଏସୀୟ ରାଷ୍ଟ୍ରରେ ଶାସନ କରୁଥିବା ପ୍ରଧାନମନ୍ତ୍ରୀ ହସିନା କ୍ରମାଗତ ପଞ୍ଚମ ଥର ପାଇଁ ବିଜୟୀ ହୋଇ ନୂଆ ରେକର୍ଡ କରିଛନ୍ତି।

Leave A Reply

Your email address will not be published.