Odisha Link
Bridging the Missing Links in Odisha

ଜାନୁଆରୀ ୩୧ରୁ ବଜେଟ୍ ଅଧିବେଶନ; ଫେବ୍ରୁଆରୀ ୧ରେ ଆଗତ ହେବ କାମଚଳା ବଜେଟ୍

ଓଏଲ୍ ବ୍ୟୁରୋ: ଜାନୁଆରୀ ୩୧ରୁ ଆରମ୍ଭ ହେବାକୁ ଯାଉଛି କେନ୍ଦ୍ରୀୟ ବଜେଟ୍ ଅଧିବେଶନ। ଦ୍ୱିତୀୟଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ସଦସ୍ୟଙ୍କୁ ଉଦବୋଧନ ଦେବା ପରେ ଆରମ୍ଭ ହେବ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍। ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ୨୦୨୩-୨୪ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ ସରକାରଙ୍କ ମୁଖ୍ୟ ଉପଦେଷ୍ଟା। ଫେବ୍ରୁଆରୀ ୧ରେ ସଂସଦରେ କାମଚଳା ବଜେଟ୍ ଆଗତ ହେବ।

Leave A Reply

Your email address will not be published.