Odisha Link
Bridging the Missing Links in Odisha

ଭୂସ୍ଖଳନ ଯୋଗୁଁ ଅଘଟଣ; ଚାଲିଗଲା ୨୨ ଜୀବନ

ଓଏଲ୍‌ ବ୍ୟୁରୋ: ତାଞ୍ଜାନିଆର ସିମିୟୁର ବାରିଆଡ଼ିରେ ଏକ ଖଣିରେ ଭୂସ୍ଖଳନ ହୋଇଥିବା ଜଣା ପଡିଛି। ଯେଉଁଥିରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ ସମସ୍ତ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨୨ ଜଣଙ୍କ ମୃତ ଦେହକୁ ମଧ୍ୟ ଜବତ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ପାହଡ଼ ଧସିଥିବା କୁହାଯାଉଛି।