Odisha Link
Bridging the Missing Links in Odisha

ଦେଶ ପାଳୁଛି ‘ଭାରତୀୟ ସେନା ଦିବସ’; ମନେ ପଡ଼ନ୍ତି ବୀର ଯବାନ

ଓଏଲ୍‌ ବ୍ୟୁରୋ: ପ୍ରତିବର୍ଷ ଜାନୁଆରୀ ୧୫ ତାରିଖକୁ ସେନା ଦିବସ ଭାବେ ପାଳନ କରାଯାଏ। ୧୯୪୯ ମସିହା ଜାନୁଆରୀ ୧୫ରେ ଫିଲ୍ଡ ମାର୍ଶାଲ କେଏମ କାରିୟପ୍ପା ଜେନରାଲ ଫ୍ରାସିଂସ ବୁଚରଙ୍କଠୁ ଦାୟିତ୍ୱ ଗ୍ରହଣ କରିଥିଲେ। ସେଥିପାଇଁ ଜାନୁଆରୀ ୧୫କୁ ସେନା ଦିବସ ରୂପେ ପାଳନ କରାଯାଇଥାଏ।

ଦେଶର ପ୍ରକୃତ ବୀର ହେଉଛନ୍ତି ସେନାର ଯବାନ। ଆମକୁ ସୁରକ୍ଷିତ ଓ ସୁଖରେ ରଖିବା ପାଇଁ ସେମାନଙ୍କ ତ୍ୟାଗର ତୁଳନା ନାହିଁ। ଏଣୁ ବୀର ଯବାନମାନଙ୍କୁ ସମ୍ମାନ ଜଣାଇବା ପାଇଁ ଭାରତରେ ପ୍ରତିବର୍ଷ ୧୫ ଜାନୁୟାରୀରେ ଭାରତୀୟ ସେନା ଦିବସ ପାଳନ କରାଯାଏ। ୧୯୪୯ ମସିହାରେ ଏହି ଦିନ ଭାରତର ଶେଷ ବ୍ରିଟିଶ କମାଣ୍ଡର୍‌-ଇନ୍‌-ଚିଫ୍‌ ସାର୍‌ ଫ୍ରାନ୍ସିସ୍‌ ବୁଚର୍‌ଙ୍କ ଠାରୁ ଭାରତର ଫିଲ୍‌ଡ ମାର୍ଶଲ କେ.ଏମ୍‌. କରିଅପ୍ପା ଦାୟିତ୍ୱ ଗ୍ରହଣ କରିଥିଲେ। କରିଅପ୍ପା ଥିଲେ ଭାରତୀୟ ସେନାର ପ୍ରଥମ କମାଣ୍ଡର-ଇନ୍‌-ଚିଫ୍‌। ଦିଲ୍ଲୀ ସମେତ ଦେଶର ସବୁ ସେନା କମାଣ୍ଡ ହେଡକ୍ୱାର୍ଟରରେ ଏହି ଦିବସ ପାଳିତ ହୋଇଥାଏ। ସେନା ଦିବସରେ ଦେଶ ସୁରକ୍ଷା ଲାଗି ବଳିଦାନ ଦେଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ କରାଯାଏ।

Leave A Reply

Your email address will not be published.