Odisha Link
Bridging the Missing Links in Odisha

ପ୍ରଥମ ଥର ପାଇଁ ସେନସେକ୍ସ ୭୩ହଜାର ପାର, ଏହି ସବୁ ସେୟାର ଉପରେ ରହିଛି ନଜର

ଓଏଲ୍‌ ବ୍ୟୁରୋ: ସେୟାର ମାର୍କେଟରେ ଉତ୍ସାହ। ସପ୍ତାହର ପ୍ରଥମ କାରବାର ଦିନରେ ହିଁ ରେକର୍ଡ ଭାଙ୍ଗିଛି ସେନସେକ୍ସ। ପ୍ରଥମଥର ପାଇଁ ବିଏସ୍‌ଇ ସେନସେକ୍ସ ୭୩ ହଜାର ପଏଣ୍ଟ ପାର କରି କାରବାର ଆରମ୍ଭ କରିଛି। ସପ୍ତାହର ପ୍ରଥମ କାରବାର ଦିନ ସୋମବାରରେ ସେନସେକ୍ସ ୪୮୧ ପଏଣ୍ଟ ଉପରକୁ ଉଠି ୭୩,୦୪୯ରେ କାରବାର ଆରମ୍ଭ କରିଛି।

ସେହିପରି ଏନଏସ୍‌ଇ ନିଫ୍ଟି ୧୫୮ ପଏଣ୍ଟ ଉପରକୁ ଉଠି ୨୨,୦୫୩ରେ କାରବାର ଆରମ୍ଭ କରିଛି। ସେୟାର ମାର୍କେଟରେ ଦେଖିବାକୁ ମିଳିଥିବା ଏହି ଉତ୍ସାହ ଆଗକ ବଢ଼ିପାରେ ବୋଲି ମାର୍କେଟ ବିଶେଷଜ୍ଞ ମତ ରଖିଛନ୍ତି। ଏପରିକି ନିଫ୍ଟଇ ୨୨,୪୦୦ ଲେଭଲ ଛୁଇଁ ପାରେ ବୋଲି ମତ ରଖିଛନ୍ତି ବିଶେଷଜ୍ଞ।

ଦିନ ୧୧ଟା ସୁଦ୍ଧା ମାର୍କେଟ ସ୍ଥିତି:
ବର୍ତ୍ତମାନ ନିଫ୍ଟି ୧୪୦ ପଏଣ୍ଟ ବୃଦ୍ଧି ସହିତ ୨୨,୦୩୫ରେ ଟ୍ରେଡ କରୁଛି। ଏହାପୂର୍ବରୁ ୨୨,୦୮୧ରେ ଟ୍ରେଡ୍‌ କରୁଥିଲା ନିଫ୍ଟି। ଯାହା ସର୍ବେଚ୍ଚ ଥିଲା। ସେନସେକ୍ସ ବି ଆଜି ସର୍ବେଚ୍ଚ ଶିଖର ୭୩,୨୮୮.୭୮ ପଏଣ୍ଟରେ ପହଁଞ୍ଚିବା ପରେ ୭୩,୧୦୫ରେ ଟ୍ରେଡ କରୁଛି। ବର୍ତ୍ତମାନ ସୁଦ୍ଧା ସେନସେକ୍ସ ୫୩୭ ପଏଣ୍ଟ ବୃଦ୍ଧି ପାଇଛି। ବଜାରରେ ଉତ୍ସାହ ଥିବା ସତ୍ତ୍ବେ ବଜାଜ ଫାଇନାନ୍ସ, ପାଓ୍ବାର ଗ୍ରିଡ, ଜେଏସ୍‌ଡବ୍ଲୁ ଷ୍ଟିଲ, ବଜାଜ ଫାଇନାନ୍ସ, ଏନିଟିପିସି, ଟାଟା ମୋଟର୍ସ, ଟାଟା ଷ୍ଟିଲ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଓ ହିନ୍ଦୁସ୍ତାନ ୟୁନିଲିଭର ଭଳି ଦିଗଜ କମ୍ପାନିର ସେୟାର ତଳକୁ ଖସିଛି।

ବଜାର କାରବାର ଆରମ୍ଭରୁ ଆଇଟି କମ୍ପାନୀ ଓ୍ବିପ୍ରୋ, ଟେକ ମହିନ୍ଦ୍ରା, ଏଚସିଏଲ୍‌ ଟେକ୍, ଇନଫୋସିସ୍, ଟିସିଏସ୍‌ ଦମରେ ସେନସେକ୍ସ ଓ ନିଫ୍ଟି ଇତିହାସ ରଚିବାରେ ସଫଳ ହୋଇଛନ୍ତି। ଆଜି ଆଦାନୀ ଏଣ୍ଟପ୍ରାଇଜେସ୍, ଓ୍ବିପ୍ରୋ, ଏଚସିଏଲ୍‌ ଟେକ୍ନୋଲୋଜିର ସେୟାର ଉପରେ ସମସ୍ତ ନିବେଶକଙ୍କ ନଜର ରହିଛି।

Leave A Reply

Your email address will not be published.