Odisha Link
Bridging the Missing Links in Odisha

ମକର ସଂକ୍ରାନ୍ତିରେ ଅଭାବନୀୟ ଘଟଣା: ଗୁଡ଼ି ସୂତା ଲାଗି ୨ ଯୁବକ ଆହତ

ଓଏଲ୍‌ ବ୍ୟୁରୋ: ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇବାର ପରମ୍ପରା ରହିଛି। ତେବେ ମକର ସଂକ୍ରାନ୍ତିରେ କଟକ ବାଲିକୁଦାରେ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଗୁଡ଼ି ସୂତା ଲାଗି ୨ ଜଣ ଯୁବକ ଆହତ ହୋଇଛନ୍ତି। ଗୁଡ଼ି ସୂତା ଲାଗି କଟିଲା ବେକ ଓ ହାତ। ବାଇକରେ ନିଆଳିରୁ କଟକ ଆସୁଥିବା ବେଳେ ଗୁଡି ସୂତା ଲାଗି ଯାଇଥିଲା। ଯାହା ଦ୍ୱାରା ୨ ଯୁବକ ଆହତ ହୋଇଛନ୍ତି।

ସାଧରଣତଃ ଗୁଡ଼ି ଉଡାଇବା ପାଇଁ ମାଞ୍ଜା ସୂତା ବ୍ୟବହାର କରିଥାନ୍ତି ଲୋକେ। ଆଉ ଏହି ସୂତା ଅନେକ ଲୋକଙ୍କ ଜୀବନ ନେଇଥାଏ। ଗୁଡ଼ି ଉଡାଇବା ସମୟରେ ସତର୍କତା ଅବଲମ୍ବନ କରିବା ସହ ବିପଦଜନକ ମାଞ୍ଜା ସୂତା ବ୍ୟବହାର ନ କରି ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ ଓଡିଶା ପୁଲିସ ପରାମର୍ଶ ଦେଇଛି। ମାଞ୍ଜା ସୂତା ବ୍ୟବହାର କରି ଗୁଡ଼ି ଉଡାଇବା ଆଇନତଃ ଦଣ୍ଡନୀୟ ବୋଲି କମିଶନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.