Odisha Link
Bridging the Missing Links in Odisha

ନା INDIA, ନା NDA; ଏକାକି ଲୋକସଭା ନିର୍ବାଚନ ଲଢ଼ିବ ହାତୀ

ଓଏଲ୍‌ ବ୍ୟୁରୋ: ଜନ୍ମଦିନରେ ବଡ଼ ଘୋଷଣା କଲେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ। ଜନ୍ମଦିନ ଅବସରରେ ଆୟେଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମାୟାବତୀ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିବା ସହିତ ଇଭିଏମ୍‌ ଓ INDIA ମେଣ୍ଟକୁ ନେଇ ଦେଇଛନ୍ତି ବଡ଼ ବୟାନ। ଏଥିସହିତ ୨୦୨୪ ଲୋକସଭା ନିର୍ବାଚନରେ ବିଏସ୍‌ପି କାହା ସହିତ ମେଣ୍ଟ ନୁହେଁ ଏକାକି ନିର୍ବାଚନ ଲଢ଼ିବ ବୋଲି ମାୟାବତୀ ଘୋଷଣା କରିଛନ୍ତି।

INDIA ମେଣ୍ଟକୁ ନେଇ ମାୟାବତୀ କହିଛନ୍ତି, ଗଠବନ୍ଧନ କରିବା ଦ୍ବାରା ଦଳକୁ କମ୍‌ ଫାଇଦା ମିଳିବ। ଏଥିସହିତ ଦଳ ଅଧିକ କ୍ଷତି ସହିବ ଓ ଆମ ଦଳର ଭୋଟ୍‌ ପ୍ରତିଶତ ହ୍ରାସ ପାଇବ। ଦଳ ଏକାକି ଲୋକସଭା ନିର୍ବାଚନ ଲଢ଼ିବ ଓ ଭଲ ପ୍ରଦର୍ଶନ କରିବ ବୋଲି ମାୟାବତୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଆମ ଦଳ ଏକାକି ନିର୍ବାଚନ ଲଢ଼ିବାକୁ ପସନ୍ଦ କରୁଛି କାରଣ ଦଳର ନେତୃତ୍ବ ଜଣେ ଦଳିତଙ୍କ ହାତରେ ରହିଛି। ବିଏସ୍‌ପି କେଉଁ ଦଳକୁ ସମର୍ଥନ କରିବ ନାହିଁ। କିନ୍ତୁ ନିର୍ବାଚନ ପରେ ଗଠବନ୍ଧନ ଉପରେ ବିଚାର କରିପାରୁ ବୋଲି ମାୟାବତୀ କହିଛନ୍ତି।

ମାୟାବତୀ ଆହୁରି କହିଛନ୍ତି, ବିଏସ୍‌ପି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏକାକି ଲଢ଼େଇ କରି ସରକାର ଗଠନ କରି ସାରିଛି। ବିଏସ୍‌ପି ଦଳ ଦେଶରେ ଖୁବଶୀଘ୍ର ବଡ଼ ଘୋଷଣା କରିବାକୁ ଯାଉଛି। ଆମ ଦଳ ଦଳିତ ଆଦିବାସୀ, ପଛୁଆ ବର୍ଗରେ ଥିବା ମୁସଲମାନ ଓ ଅଳ୍ପସଂଖ୍ୟକ ଦମରେ ଏକାକି ନିର୍ବାଚନ ଲଢ଼ିବାକୁ ପ୍ରସ୍ତତୁ।

Leave A Reply

Your email address will not be published.