Odisha Link
Bridging the Missing Links in Odisha

ଚର୍ଚ୍ଚିତ ହୋଟେଲ ବ୍ୟବସାୟୀ ମୃତ୍ୟୁ ଘଟଣା: ରହସ୍ୟର ପର୍ଦ୍ଦାଫାଶ କଲେ ଡିସିପି

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ବିଶ୍ୱଜିତ ନାୟକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ମହିଳା କେୟାରଟେକରକୁ ଗିରଫ କଲା ପୁଲିସ। ସମ୍ପତ୍ତି ଲୋଭରୁ ହତ୍ୟା କରାଯାଇଥିବା ସନ୍ଦେହରେ ଗିରଫ କରାଯାଇଛି। ସୁଙ୍କି ପୂର୍ବରୁ ଏକ ହତ୍ୟା ମାମଲାରେ ୧୨ ବର୍ଷ ସଜା କାଟିଥିବା ସୂଚନା ରହିଛି। ସୁଙ୍କି ବିଶ୍ବଜିତଙ୍କର କେୟାରଟେକର ଭାବେ ତିନିବର୍ଷ ଧରି କାମ କରୁଥିଲ। ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିବା ଚର୍ଚ୍ଚା ହେଉଛି। ବିଶ୍ବଜିତଙ୍କୁ ସୁଙ୍କି ବିବାହ କରିବାକୁ ବାଧ୍ୟ କରୁଥିଲେ। ବିଶ୍ବଜିତ ବିବାହ ପାଇଁ ରାଜି ନହେବାରୁ ଜଘନ୍ୟ କାଣ୍ଡ ଘଟଣାଇଥିବା ନେଇ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।

ଚର୍ଚ୍ଚିତ ହୋଟେଲ ବ୍ୟବସାୟୀ ବିଶ୍ୱଜିତ ନାୟକ ମୃତ୍ୟୁ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଡିସିପି। ସୁଙ୍କିର ଘର ଝାରସୁଗୁଡ଼ା, ପୂର୍ବରୁ ଏକ ହତ୍ୟା ମାମଲାରେ ସଜା କାଟିଛି। ୨୦୦୫ରେ ନିଜ ଯା’କୁ ହତ୍ୟା କରି ସୁଙ୍କି ୧୨ ବର୍ଷ ଜେଲ୍ ଯାଇଥିଲା। ସ୍ୱାମୀ ସହ ପରକୀୟା ସଂପର୍କ ନେଇ ସୁଙ୍କି ଯା’କୁ ମାରି ଦେଇଥିଲା। ୧୨ ବର୍ଷ ସଜା କାଟିବା ପରେ ଏକ ଆଶ୍ରମରେ ରହିଥିଲା ସୁଙ୍କି। ଆଶ୍ରମକୁ ବିଶ୍ୱଜିତର ମା’ ଯାଆନ୍ତି, ସେଠି ବିଶ୍ୱଜିତ ସହ ସାକ୍ଷାତ ହୋଇଥିଲା। ପରେ ବିଶ୍ୱଜିତର କେୟାର ଟେକର ଭାବେ ସୁଙ୍କି କାମ କରୁଥିଲା।

ଘଟଣା ଦିନ ଆଶ୍ରମକୁ ଯିବାକୁ ଜିଦ୍‌ କରି ବିଶ୍ୱଜିତ ସହ ପାଟିତୁଣ୍ଡ କରିଥିଲା। ବଚସା ଉଗ୍ର ହେବାରୁ ସୁଙ୍କି କାଠ ଫାଳିଆରେ ପିଟି ପିଟି ମାରିଦେଇଥିଲା। ଖରାବେଳେ ମାରିଥିଲା, ସଂଜ ହେବା ପରେ ଖସି ପୁରୀ ପଳାଇଥିଲା। ସୁଙ୍କିକୁ ପୁରୀରୁ ଧରାଯାଇଛି, ହତ୍ୟାରେ ବ୍ୟବହୃତ ଅସ୍ତ୍ର ଜବତ ହୋଇଛି। ଅଧିକ ପଚରାଉଚରା ପାଇଁ ତାକୁ ରିମାଣ୍ଡରେ ଅଣାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

Leave A Reply

Your email address will not be published.