Odisha Link
Bridging the Missing Links in Odisha

ଜାଲ୍‌ ନିଯୁକ୍ତିପତ୍ର ଘଟଣା: ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କଲା ପୁଲିସ

ଓଏଲ୍‌ ବ୍ୟୁରୋ: ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ଜାଲ୍‌ ନିଯୁକ୍ତିପତ୍ର ଘଟଣା ସାମ୍ନାକୁ ଆସିଥିଲା। ରାୟଗଡ଼ାରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୁଲିସ କାବୁ କରି ବଲାଙ୍ଗିର ଆଣୁଛି। ଜାଲ ନିଯୁକ୍ତପତ୍ର ଦେଇଥିବା ଲୋକଙ୍କୁ ଧରିକି ଆଣୁଛି ପୁଲିସ। ୫ ଲକ୍ଷ ଟଙ୍କା ନେଇ ସମ୍ପୃକ୍ତ ବ୍ୟକ୍ତି ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ତୁସୁରା ବ୍ଲକରେ ନିଯୁକ୍ତି ନେଇ ସଂପୃକ୍ତ ବ୍ୟକ୍ତି ନିଯୁକ୍ତିପତ୍ର ଦେଇଥିଲେ। ରାକେଟ୍‌ର ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି କରାଯାଇଛି। ବଲାଙ୍ଗିର ପୁଲିସର ୨ଟି ଟିମ୍‌ ବିଭିନ୍ନ ସ୍ଥାନରେ ରେଡ୍‌ କରୁଛି।