Odisha Link
Bridging the Missing Links in Odisha

ପ୍ରେସ୍‌କ୍ରିପସନ୍‌ରେ ଆଣ୍ଟିବାୟୋଟିକ୍‌ ଲେଖିଲେ, ଏଣିକି କାରଣ ଦର୍ଶାଇବେ ଡାକ୍ତର

ଓଏଲ୍‌ ବ୍ୟୁରୋ: ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପ୍ରକାର ନୀତି ଅବଲମ୍ବନ କରାଯାଉଛି। ରୋଗୀର ସ୍ୱାସ୍ଥ୍ୟ ଅବସ୍ଥାରେ ସଠିକ ସ୍ତିତି ଜାଣିବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ତା କରାଯାଉଛି। ତେବେ ସାଧାରଣତଃ କୌଣସି ରୋଗୀର ସ୍ୱାସ୍ଥ୍ୟ ଖରାପ ହେଲେ ଡାକ୍ତର ଆଣ୍ଟିବାୟୋଟିକ୍‌ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି।

ତେବେ ଏହି ଆଣ୍ଟିବାୟୋଟିକ୍‌ ଲେଖୁଥିଲେ ଏଣିକି କାରଣ ଦର୍ଶାଇବେ ଡାକ୍ତର। କେଉଁଥି ପାଇଁ ଆଣ୍ଟିବାୟୋଟିକ୍‌ ଲେଖୁଛନ୍ତି ପ୍ରେସ୍‌କ୍ରିପସନ୍‌ରେ କାରଣ ଲେଖିବେ। ଏନେଇ ସବୁ ମେଡିକାଲ କଲେଜକୁ ଚିଠି ଲେଖିଲେ ଡିଜିଏଚ୍‌ଏସ୍‌। ଚିଠାରେ ଆଣ୍ଟିବାୟୋଟିକ୍‌ ଲେଖୁଥିଲେ ନିଶ୍ଚିତ କାରଣ ଦର୍ଶାଇବାକୁ ଚିଠି ଦିଆଯାଇଛି। ରୋଗ ଲକ୍ଷଣ, କାରଣ ଓ ଆଣ୍ଟିବାୟୋଟିକ୍‌ ପ୍ରୟୋଗର ଯୌକ୍ତିକତା ଦର୍ଶାଇବାକୁ ଡିଜିଏଚ୍‌ଏସ୍‌ ଚିଠିରେ ଉଲ୍ଳେକ କରିଛନ୍ତି।

Leave A Reply

Your email address will not be published.